Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Romance Tragedy

4.0  

Debadatta Jena

Abstract Romance Tragedy

ଭାବନା

ଭାବନା

1 min
212



ଯାହା ମୁଁ ଲେଖୁଛି, ଯାହା ମୁଁ ଭାବୁଚି

ମନର ଭାବନା ଲେଖୁଛି,

ଭାବନା ଭିତରେ, ଥାଏ କି ନ ଥାଏ

ହୃଦୟ ଯାତନା ଲେଖୁଛି,

କାହିଁକି ବାର ବାର ସେ ଭୂଲ କରୁଛି,

ସତ କହୁଛି କି ମିଛ ମୁଁ କହୁଛି,

ସେଇ କଥା ଖାଲି ଭାବୁଚି !

ଲେଖିବା ପାଇଁ କେଉଁ କଲମ ନୁହେଁ,

ବିସ୍ମୃତ ଭାବନା କି ଭାବୁଚି,

ଆଉ ଭାବିବାକୁ କେଉଁ ମନ ନୁହେଁ,

ପରା ଦରଦୀ ହୃଦୟ ଚାହୁଁଛି,

ଏ ଆଖି ଭାଷା ନ ପଢି ପାରିଲେ ଵି

ସୁଖରେ ହେଉ କି ଦୁଃଖରେ ହେଉ

ମରମରେ ସେ ଯେ ଝରୁଚି !

ଥିଲି ରଂଗ ହୀନ ଶବ୍ଦ ହୀନ ହେଲି,

ଏବେ ବର୍ଣ୍ଣ ହୀନ ପରି ଲାଗୁଛି,

ରଂଗ ଵି ତୋର ଏ ଶବ୍ଦ ଵି ତୋର,

କଳ୍ପନା ବିଭୋର ମୁଁ ସାଜୁଛି,

କହୁଛି କମ ଏବେ ଭାବୁଚି ବେଶୀ

ସବୁ ଭାବନା କି ଲେଖି ପାରୁଛି ।


Rate this content
Log in

Similar oriya poem from Abstract