ଆସନ୍ତା କି ଫେରି ମୋ ପିଲାଦିନ
ଆସନ୍ତା କି ଫେରି ମୋ ପିଲାଦିନ
ଶୈଶବର ସ୍ମୃତି ନିତି ମନେପଡେ
ଅବିସ୍ମୃତ ସେହି କଥା
ଗାଁର ମହକ ସଦା ଝୁରି ହୁଏ
ଆଦ୍ୟ ଜୀବନୀର ଗାଥା ।।
ବୋଉ କାନ ମୋଡ଼ା ବାପାଙ୍କର ଗାଳି
ଥିଲା କେତେ ମିଠା ଭରା
ବିଲ ବଣ ବୁଲି ମାଛ ଧରିବାରେ
ବାସନା କେଢେ ନିଆରା ।।
ଖରାଦିନେ ବସି ନଦୀ ପଠାପରେ
ବନିଶୀରେ ମାଛ ଧରା
ସକାଳରୁ କେବେ ସଞ୍ଜ ନଇ ଯାଏ
ସ୍ମୃତି ସେ ଯେ ଅପାସୋରା ।।
ଜଳକ୍ରୀଡ଼ା ସଂଗେ ବଣ କୋଳି ଖିଆ
ଥିଲା ଆହା କେତେ ମିଠା
ନିତି ମନେପଡେ ଏବର ସମୟେ
ଅଭୁଲା ସେ ସବୁ ଗାଥା ।
ଆସନ୍ତା କି ଫେରି ପିଲାଦିନ ମୋର
ବିଭୋର ହୁଅନ୍ତି ସେଠି
ହଜି ଯାଆନ୍ତି ମୁଁ ସେହି ଶଇଶବେ
ସ୍ମୃତିକୁ ପଖାଳି ନିତି ।।