STORYMIRROR

Debabrata Jena

Abstract

3  

Debabrata Jena

Abstract

ଆସନ୍ତା କି ଫେରି ମୋ ପିଲାଦିନ

ଆସନ୍ତା କି ଫେରି ମୋ ପିଲାଦିନ

1 min
332


ଶୈଶବର ସ୍ମୃତି ନିତି ମନେପଡେ

ଅବିସ୍ମୃତ ସେହି କଥା

ଗାଁର ମହକ ସଦା ଝୁରି ହୁଏ

ଆଦ୍ୟ ଜୀବନୀର ଗାଥା ।।

ବୋଉ କାନ ମୋଡ଼ା ବାପାଙ୍କର ଗାଳି

ଥିଲା କେତେ ମିଠା ଭରା

ବିଲ ବଣ ବୁଲି ମାଛ ଧରିବାରେ

ବାସନା କେଢେ ନିଆରା ।।

ଖରାଦିନେ ବସି ନଦୀ ପଠାପରେ

ବନିଶୀରେ ମାଛ ଧରା

ସକାଳରୁ କେବେ ସଞ୍ଜ ନଇ ଯାଏ

ସ୍ମୃତି ସେ ଯେ ଅପାସୋରା ।।

ଜଳକ୍ରୀଡ଼ା ସଂଗେ ବଣ କୋଳି ଖିଆ

ଥିଲା ଆହା କେତେ ମିଠା

ନିତି ମନେପଡେ ଏବର ସମୟେ

ଅଭୁଲା ସେ ସବୁ ଗାଥା ।

ଆସନ୍ତା କି ଫେରି ପିଲାଦିନ ମୋର

ବିଭୋର ହୁଅନ୍ତି ସେଠି

ହଜି ଯାଆନ୍ତି ମୁଁ ସେହି ଶଇଶବେ

ସ୍ମୃତିକୁ ପଖାଳି ନିତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract