STORYMIRROR

Niranjan Sahu

Abstract

3  

Niranjan Sahu

Abstract

ମୁଁ ବି ସକ୍ଷମ

ମୁଁ ବି ସକ୍ଷମ

1 min
267

ମନରେ ପ୍ରଶ୍ନ ଟିଏ ଉଙ୍କିମାରେ?

ସତରେ କଣ

ଦୁନିଆଟା ଭଲ

ସତରେ ଏଠି କଣ

ସମସ୍ତେ ଭଲ?

ସତରେ କଣ

ମୁଁ ସୁରକ୍ଷିତ?

କାହାକୁ ପଚାରିବି

ରାଜନେତାକୁ…

ପୋଲିସିକୁ...

ଶିକ୍ଷକଙ୍କୁ...

ଶଶୁରଙ୍କୁ...

ପିତୃତୁଲ୍ୟ ବୟସ୍କ ମାନଙ୍କୁ?

ଚିକିତ୍ସକଙ୍କୁ...

ଆତ୍ମଘୋଷିତ ବାବା ମାନଙ୍କୁ?

ଏଠିତ ସମସ୍ତେ ଏକ କୁ ଆରେକ ବଳି

କିଏ ଦେବ ମୋ ଉତ୍ତର?

ହଁ କେବଳ ଜଣେ ହିଁ ଦେଇପାରିବ

ସେ ହେଉଛନ୍ତିଭଗବାନକିନ୍ତୁ

ଆଜି ଭଗବାନ ବି ନିରବକାରଣ

ଏ ମାନବ ସମାଜ ଭଗବାନ ଙ୍କୁ ବି

ବ୍ୟବସାୟ ରେ ଲଗେଇଦେଲେଣି

ଟିକିଏ ସ୍ୱାର୍ଥରେ ଆଞ୍ଚ ଆସିଲେ

କଥା କଥା କେ ନୀତି ବନ୍ଦ

ଭୋଗ ବନ୍ଦ

ଏଠି ଠାକୁର ବି ଭୋକରେ

ଆଉ କାହାକୁ ପଚାରିବି

କିଏ ଦେବ ମୋ ପ୍ରଶ୍ନ ର ଉତ୍ତର

ସମସ୍ତେ ସ୍ୱାର୍ଥପର

ହଁ

ନିଜେ ନିଜ କର୍ମ କୁ ଧରି ଚାଲିବି

ଯାହା ହେବ ଦେଖାଯିବ

ଆଉ ଗୋଟେ କଥା ମନେ ରଖ

ମଦ ପିଅ

ମୋର କହିବାର ନାହିଁ

ଚୋରି କର

ମୋର କହିବାର ନାହିଁ

ଯେଉଁ ଦିନ ମୋ ଇଜ୍ଜତ ଉପରେ ହାତ ଦେବାକୁ ଚେଷ୍ଟା କରିବ

ମୁଁ ଗୋଡେଇ ଗୋଡେଇ ହାଣି ଦେବି

କାରଣ

ମୁଁ ଗରିବ ହେଲେ ବି

ମୋଟ ଇଜ୍ଜତ ବଞ୍ଚେଇ ବାରେ ମୁଁ ସକ୍ଷମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract