STORYMIRROR

Santosh Samal

Abstract Others

3  

Santosh Samal

Abstract Others

ଅସହାୟ

ଅସହାୟ

1 min
97

ଵୟସ ଅପରାହ୍ନରେ ଉଡିଵାକୁ ଚେଷ୍ଟା କରି

ଆଘାତ ପାଇଛି ଅନେକ ଥର

ଉଡୁ ଵୁଲୁଥିବା ପକ୍ଷୀ କୁ ଦେଖି

ଵୁଲିଵାକୁ ଇଚ୍ଛା ହେଇଛି ଅନେକ ଥର

ଵୟସ ଚଲା ପାଣିରେ ବୁଡ ପକେଇ

ଦେହ ଭିଜେଇଛି ନାହିଁ ହିସାବ ତାର

ମୁଁ ଅଛି ମୋ ଯୌଵନ ଆଉ ନାହିଁ

ହାତ, ଗୋଡ଼ ଆଉ ବୋଲ କରୁନି

କହିବାକୁ ଆଉ ପାଟି ଫିଟୁନି

ଚାରିଆଡେ ଲାଗେ ମତେ ଅନ୍ଧକାରମୟ

ଅନୁତାପ କରି ଭାଙ୍ଗି ପଡୁଛି , ଆଜି ମୁଁ ଅସହାୟ  ।


ହରିଣୀ ଆଖିରେ ମାରି କଜ୍ଜଳ

ଅନେକଙ୍କୁ କରିଚି ପାଗଳ

ରାତି ହେଲେ ମୁଁ ରାଣୀ

ଟଙ୍କା ଦେଇ ମତେ ନିଅନ୍ତି କିଣି

ଅନେକ ଆସନ୍ତି ,ଅନେକ ଯାଆନ୍ତି

ମୋ ପାଖରେ କେହି ଵସା ବାନ୍ଧି ନାହାଁନ୍ତି

କାହାକୁ କରିନି ନିଜର

ସ୍ଵାର୍ଥ ସରିଗଲେ ଟଙ୍କା କରେ ମୁଁ ଆଦାୟ

ଅନୁତାପ କରି ଭାଙ୍ଗି ପଡୁଛି ,ଆଜି ମୁଁ ଅସହାୟ ।।


ରଙ୍ଗ ଵେରଙ୍ଗ ଶାଢ଼ୀରେ ଦିଶେ ଭାରି ସୁନ୍ଦର

ଵେଣୀ ଛାଟିଦେଲେ ମାଡ଼ି ଆସେ ଘୋର ଅନ୍ଧାର

ଚାହୁଁ.. ଚାହୁଁ ଚାଲି ଗଲା ସେ ଦିନ

ଵୟସର ଘୂର୍ଣ୍ଣିଝଡଟା ଦେଇ ଯାଇଛି

ଅସହାୟ ପ୍ରମାଣ ପତ୍ରର ଚିହ୍ନ

ମଳିନ ପଡିଛି ଆଜି ମୋ ଚେହେରା

ଉପହାର ଆଉ ମିଳୁନି ମଲ୍ଲି କି ଗଜରା

ଦିନେ ଥିଲି ମୁଁ ରାତିର ରାଣୀ

କେହି ମତେ ଆଉ ନଉ ନାହାନ୍ତି କିଣି

ତରୁଣ ଵୟସରେ କାହାକୁ ନଥିଲା ଡ଼ର ଭୟ

ଅନୁତାପ କରି ଭାଙ୍ଗି ପଡୁଛି , ଆଜି ମୁଁ ଅସହାୟ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract