STORYMIRROR

Sisir Panda

Abstract

3  

Sisir Panda

Abstract

ସ୍ମୃତି ଅନୁଭୂତିରୁ

ସ୍ମୃତି ଅନୁଭୂତିରୁ

1 min
181

ସ୍ମୃତି ଅନୁଭୂତି

   କିଛି ମଧୁର କିଛି ତିକ୍ତ

ସୁନ୍ଦର ସ୍ମୃତିଟି

   ଦେଉଥାଏ ସଦା ଆନନ୍ଦ।

ତିକ୍ତ ଅନୁଭୂତି 

    କଷ୍ଟ ସହ ଦିଏ ବିରକ୍ତି

ସୁନ୍ଦର ବିଭୂତି

    ଭାଗ୍ୟରେ ଥିଲେ ମିଳିଥାନ୍ତି।

ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ 

    ଆନନ୍ଦର ସେ ମହାସ୍ରୋତ

ହୀନ ମନା ଜନ

     ମନ ଆମ କରେ ଅଶାନ୍ତ।

ଉତ୍ତମ ଚିନ୍ତନ 

     କର୍ମ କରେ ଆମ ସୁଗମ

ନିକୃଷ୍ଟ ଭାବନ 

     ଦୁଃଖ ସହ ନର୍କ ଗମନ। 

ନୀଚ ସହ ମିଳନ

     ସୁଖର ନହୁଏ ଦର୍ଶନ

ଶ୍ରେଷ୍ଠ ସହ ବନ୍ଧନ

     ହେଉଥିବ ସଦା ଉତ୍ଥାନ।

ହେଜ ବନ୍ଧୁ ମୋର

     ଜୀବନ ଅଢ଼େଇ ଦିନର

କାହିଁ ତୋର ମୋର 

     ସମସ୍ତେ ତ ଆମ ନିଜର।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract