STORYMIRROR

Sisir Panda

Inspirational

3  

Sisir Panda

Inspirational

ଭାବୋଦ୍ଗାର

ଭାବୋଦ୍ଗାର

1 min
273


ଥିଲେ ଥାଉ ପଛେ ତୁମର ଅମାପ ଧନ

ପାଇବନି ଶାନ୍ତି ମନ ହୋଇଥିଲେ ହୀନ।

କରୁଥିଲେ କୁକର୍ମ ନ ପାରିବ ସମ୍ଭାଳି

ଦୈବୀ ଦଣ୍ଡ ହୋଇ ମଧ୍ୟ ବଡ଼ ଶକ୍ତିଶାଳୀ।

ସତ ଚିନ୍ତନେ ସଦା କରୁଥିଲେ ରମଣ 

କର୍ମ ତୁମର ହୋଇଯିବ ଉଦାହରଣ।

ପ୍ରକୃତ ମହାନ ଅଟଇ ସେହି ମଣିଷ

ଯାହାର ମନରେ ନଥାଏ ଅହଂର ଲେଶ।

ଅନ୍ୟ ଦୁଃଖେ ଯା ହୃଦ ନହୁଏ ସମ୍ବେଦିତ

ତାର ସୃଷ୍ଟି ଆନକୁ ନକରେ ପ୍ରଭାବିତ।

ଅନେକ ଥିଲେ ବିଶ୍ବେ ଏମିତି ସାହିତ୍ୟିକ

କର୍ମ ତାଙ୍କ ଶୁଣି ଘୁରାଏ ଆମ ମସ୍ତିଷ୍କ।

ପ୍ରସିଦ୍ଧି ପାଇଁ ସଭିଏଁ ତ ବ୍ୟାକୁଳ ଆଜି

ନିଜ ପରିଚୟ ନପାରନ୍ତି ନିଜେ ହେଜି।

ଅହଂର ରାଜୁତି ଚାଲୁଛି ଏଠି ସର୍ବଦା

ତାହାରି ପାଇଁ ବିଶ୍ବେ ଆଜି ତ ଅସୁବିଧା।

ମନେ ମନେ ବନ୍ଧୁ ତୁମେ ନହୋଇ ମହାନ

କର୍ମେ ତୁମେ ଦେଖାଅ ତୁମେ ଯୋଗ୍ୟ ସନ୍ତାନ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational