ମତ ବ୍ୟକ୍ତ
ମତ ବ୍ୟକ୍ତ
1 min
226
ସ୍ବାଭାବିକ ଅଟେ ଆମ ମତାନ୍ତର
ତାହା ଯେପରି ନହେଉ ମନାନ୍ତର
ଆନର ମତକୁ କରି ସୁବିଚାର
ସମ୍ମାନ ସହିତ କର ହେ ଆଦର।
ମତ ପାର୍ଥକ୍ୟେ ନହୋଇ ବିଚଳିତ
ନିଜସ୍ଵ ମତକୁ କର ଅବଗତ
ଯେଉଁଟା ସଠିକ ସହିତ ଉଚିତ
ଗ୍ରହଣ କରି ତାହା କର ସ୍ବାଗତ।
ଇତିହାସେ ଅଛି ଅନେକ ପ୍ରମାଣ
ଉଭୟର ଥାଇ ଭିନ୍ନ ଦୃଷ୍ଟିକୋଣ
ପରସ୍ପର ପ୍ରତି ଅଗାଧ ସମ୍ମାନ
ସେହି ଦୁହେଁ ଗାନ୍ଧିଜୀ ନେତାଜୀ ଜାଣ।
