STORYMIRROR

Sisir Panda

Others

4  

Sisir Panda

Others

ମନଭାବନା

ମନଭାବନା

1 min
137


ସମସ୍ତ ସୁଖର ଚାବି ଅଛି ନିଜ ଭିତରେ

ଅଳିଆ ଆବର୍ଜନା ନରଖ ନିଜ ଅନ୍ତରେ।

ଅନ୍ତର ଭାବକୁ ସଦା କର ସମୁନ୍ନତ

ଉଚ୍ଚ ମାନବୀୟ ଗୁଣେ ହୁଅ ଆଗ ସମୃଦ୍ଧ।

ହୋଇ ସମ୍ବେଦନଶୀଳ ବାଣ୍ଟ ସ୍ନେହ ଶ୍ରଦ୍ଧା

ପ୍ରତି ବଦଳେ ଜୀବନେ କେବେ ନଆସେ ବାଧା।

ଜୀବନ ମାନେ ନୁହେଁ ମାତ୍ର ସ୍ବାର୍ଥ ସାଧନ

ସମସ୍ତଙ୍କ ପ୍ରତି କର୍ତ୍ତବ୍ୟେ ନହୁଅ କୃପଣ।

କରିଥିଲେ ଉପକାର ଜୀବନେ ଆନର

ପରମସତ୍ତା ନିଶ୍ଚେ ଦେବେ ତାର ପୁରସ୍କାର।

ପ୍ରାରବ୍ଧ ଅଟଇ ସଭିଙ୍କ ବଡ଼ ଅକାଟ୍ୟ

କର୍ମ ଫଳ ନେଇ ଭାଗ୍ୟ ଆମ ଏ ଅଟେ ସତ୍ୟ।

ଦୋଷ ଦେଇ ଆନ ଜନେ ନାହିଁ କିଛି ଲାଭ

ଚିନ୍ତନ ସୁଧାରିଲେ କାର୍ଯ୍ୟ ହେବ ସବୁ ବାଗ।

ଅନେକ ଜନ ନିଜକୁ ଭାବନ୍ତି ସଠିକ

କାର୍ଯ୍ୟେ ପରଖିଲେ ଜଣାପଡେ କି ସୈତାନିକ।

ଆତ୍ମବିଶ୍ବାସ ଅଟେ ଆମ ବଡ଼ ସମ୍ପଦ

ପାଶେ ଥିଲେ ସେ ଦୂର ହୁଏ ବିକଟ ଆପଦ।

ସୁଖ,ଶାନ୍ତି ଖୋଜନ୍ତି ଆଜି ସଭିଏଁ ଜନ

ତାହା କେବେ ଦେଇ ନପାରେ ଆମର ଏ ଧନ।

ଶାନ୍ତି ଚଳଣି ପାଇଁ ବିଶ୍ବେ ଅଛି ବହୁତ

ଲୋଭ ପାଇଁ କିନ୍ତୁ ସବୁକିଛି ନିଅଣ୍ଟ ସତ। 

ହୀନମନ୍ୟତା ପଥେ ସାଜେ ବଡ଼ ବାଧକ

ସତ୍ୟାନୁଭୁତିର ହୁଅ ବଡ଼ ଏକ ସାଧକ।

ଦୁଃଖ ସୁଖର ସମାହାର ଆମ ଜୀବନ

ଭାଙ୍ଗି ନପଡ଼ି ଆଗେଇଲେ ହୋଇବ ଉତ୍ଥାନ।

      


Rate this content
Log in