Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

4.5  

Sisir Panda

Inspirational

ଆତ୍ମୀୟ ଅଭିବ୍ୟକ୍ତି

ଆତ୍ମୀୟ ଅଭିବ୍ୟକ୍ତି

1 min
447


କଣ୍ଟକିତ ପଥ ମୋର 

ପ୍ରତି ପଦକ୍ଷେପେ ସହିବାକୁ

ହେଉଛି କଣ୍ଟାର ଚୁମ୍ବନ ।

ଅହରହ ଝରୁଅଛି ରୁଧିର 

ଅସହ୍ୟ କଷଣେ ଭରା ମୋ ଶରୀର

ତଥାପି ଲକ୍ଷ୍ୟ ମୋର ସ୍ଥିର ।

କୌଣସି କୁଶକ୍ତି କରି ନପାରେ 

ମୋତେ ପଥଚ୍ୟୁତ

ଶକ୍ତି ଦିଅ ହେ ଗୁରୁବର 

ରଖିବାକୁ ମାନବତାର ମାନ ।

ତବ ଆଶିଷେ ଜୀବିତ 

ମୋର ଏହି ଶରୀର କିନ୍ତୁ

କରି ନପାରଇ ତବ କାର୍ଯ୍ୟ ।

ପ୍ରତି ମୁହୁର୍ତ୍ତେ ଆତ୍ମାର ତାଡ଼ନ

ରଖିବାକୁ ଜୀବନର ସାର୍ଥକତା

ପାପଭାରେ କନ୍ଧ ଅସମ୍ଭାଳ ।

ଅନୁତାପେ ମନ ମୋର 

ହେଲାଣି ଛଟପଟ ହେ ଗୁରୁଦେବ

ଆଉ ବିଳମ୍ବ ନକରି ନିଶ୍ଚୟ

ଛେଦି ବି ଶିର ସଙ୍କଟର ।

ସାଧନାର ପଥେ ଆସୁ ଯେତେ

ଝଡ଼ଝଞ୍ଜା ନହରାଇବି ମୋର ସ୍ବାଭିମାନ

ଦେଖିବେ ଆପଣ ଦେଖିବ ଜଗତ ।


Rate this content
Log in

Similar oriya poem from Inspirational