STORYMIRROR

Sisir Panda

Others

3  

Sisir Panda

Others

ଗୁରୁ

ଗୁରୁ

1 min
670

ଜୀବ ଗଲେ ତୋର ଛାଡ଼ି

କଣ କରିବୁରେ ଧଡ଼ି।

ବେଳଥାଇ କର ସୁକର୍ମ

ନଦେଖିବୁ କେବେ ଦୁର୍ଦ୍ଦିନ।

ଗୁରୁ ପାଦେ ରଖି ଲୟ

କର ସବୁକାମ ଥୟ।

ଗୁରୁ ତୋର ଶକ୍ତି ଦାତା

ଗୁରୁ ତୋର ମୁକ୍ତି ଦାତା।

ଗୁରୁ ବିନା ଜୀବ ଅପୂର୍ଣ୍ଣ

ଗୁରୁ ହିଁ ତ ସର୍ବ ସମ୍ପୂର୍ଣ୍ଣ ।

ଗୁରୁ ନିନ୍ଦା ଦୁଃଖ ପ୍ରାପ୍ତି

ଗୁରୁ ସେବା ମିଳେ ଜ୍ୟୋତି।

ସଦଗୁରୁ କରି ବରଣ

ମନ ରଖ ତାଙ୍କ ଚରଣ।

ଅଜ୍ଞାନତା,ଅନ୍ଧକାର

ନିଶ୍ଚୟ ହୋଇବ ଦୂର।

ମିଳୁଥିବ କୃପା ସଦା

ଜୀବନେ ନଆସେ ବାଧା।

  


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍