କୃଷକ
କୃଷକ
ମୁଣ୍ଡର ଝାଳକୁ ତୁଣ୍ଡେ ମାରି ମାରି
ଆମକୁ ଆହାର ଯୋଗାଏ ଯିଏ
ଦୁନିଆ ତାହାକୁ ପ୍ରଣାମ କରଇ
ଈଶ୍ୱର ସମାନ କୃଷକ ସିଏ ।
ସକାଳରୁ ସଞ୍ଜ ପ୍ରଖର ଖରାରେ
ନିଇତି ଜମିରେ ସେ ଖଟୁଥାଏ
ସୁନାର ଫସଲ ଲହରୀ ଖେଳିଲେ
ମନେ ତା' ଆନନ୍ଦ ଝଲସୁଥାଏ ।
ଆମର କ୍ଷୁଧାକୁ ମେଣ୍ଟାଇ ମେଣ୍ଟାଇ
ଭୋକ ଉପାସରେ ସେ କାଳକାଟେ
ଚାଳ କୁଡ଼ିଆରେ ଦିନ ବିତେ ତା'ର
ହୃଦୟରୁ ଖୁସି ଆମକୁ ବାଣ୍ଟେ ।
ସେବା, ତ୍ୟାଗ ପରି ମହତ୍ତ୍ୱ ଗୁଣକୁ
ଜୀବନେ ଆଦରି ସେ ଚାଲୁଥାଏ
ଧରଣୀ ମାଆର ସୁଯୋଗ୍ୟ ସନ୍ତାନ
ତା'ଠାରୁ ମହାନ ଅଛଇ କିଏ ?