ଭାବନା
ଭାବନା
ବୁଝିଲେ ବୁଝିବ,
କିଏ ଜଣେ ମୋତେ -
ଥରୁଟିଏ-ଦୁନିଆରେ ।
ରୂପ ଆଉ ଯୌବନର
କେତୋଟି ପାହାଚକୁ,
ପ୍ରକୃତିର ଗୋଟିଏ ଗୁଣରେ ।।୧।।
ଜାଣେନା ମୁଁ ମୋ ନିଜକୁ,
କେବେ ପୁଣି କେବେ-
ଭୁଲ ଠିକ ସନ୍ଦେହର-
ସବୁ ସୀମା ରେଖାରେ ।
ଗୁଜବ ଖାଲି, ସିଏ ବୁଝିବ,
ମୋ ରଙ୍ଗ ତୁଳି ଭାବନାରେ ।।୨।।
ତମେ ଠିକ ବୁଝିବ ବୋଧେ,
ସ୍ୱପ୍ନର ଚିନ୍ତନ ପଥେ-
ମନ କହେ ସବୁ ଅଚିହ୍ନାରେ ।
ନ ଦେଖି , ନ ଜାଣି ,ତମ ଠିକଣାକୁ
ଆଳାପ କରି ବସିବି ନୀତି -
ମିଶିବାକୁ, ନିରବ ହୋଇ ଶାନ୍ତିରେ ।।୩।।
ଉପ ହାସ କରିବନି କେବେ,
ତମ ହୃଦୟରେ -ଜଗାଟିକେ ଦେଲାପରେ ।
ମୁଁ କିନ୍ତୁ, ଏମିତି ଥିବି ସାରା ଜୀବନ,
ତମ ଦୁଃଖକୁ ଆଉଜି, ମୋ ଛାତିରେ ।।୪।।
ବୁଝିବ ତମେ ଏଥର ବୋଧେ,
ନିଶ୍ଚୟ କିଛି କାଳ ନିରୋଳାରେ ।
ଆଉ, ହାତ ଧରି ନେବ ମୋର
ଜନ୍ମ ଜନ୍ମାନ୍ତପାଇଁ ସାଥିରେ ।।୫।।