STORYMIRROR

jyotsna mayee panda

Inspirational

4  

jyotsna mayee panda

Inspirational

ଭାବନା

ଭାବନା

1 min
177

କେବେ ଭାବେ ନା ମୁଁ ମଣିଷ କୁ ପର 

ସବୁବେଳେ ଭାବେ ସଭିଙ୍କୁ ନିଜର

ସଂସାର ଜୀବନ ଭାରି ଦୁଃଖ ମୟ

ଆଜି ଦୁଃଖ କାଲି ସୁଖ ର ସମ୍ଭାର

ଆଜି ଯିଏ ଦୁଖୀ କାଲି ପୁଣି ସୁଖୀ

ସୁଖ ଦୁଃଖ ଖାଲି ଭାବନା ଆମର

ସେଥିପାଇଁ ଭାବେ ସଭିଙ୍କୁ ନିଜର

କିନ୍ତୁ ଏବେ ମୁଁ ଦେଖୁଛି ସେ ନିଜର ଶବ୍ଦ ଟା

ଅଭିଧାନ ରୁ ସେ ବିଲୁପ୍ତ ପରିକା

ସଂସାର ସାଗରେ ରହି ରହି ଏକାହୋଇ

ଶାଶ୍ୱତ ସ୍ନେହ ଯେ ପବିତ୍ର ସେ ପାଇଁ

କଳଙ୍କ ର ଦାଗ ସେ ସ୍ନେହ ରେ ନାଇଁ

ସେଇ ସ୍ନେହ ପରା ସଭିଙ୍କ ହୃଦ ରେ

ସୁନ୍ଦର ଜୀବନେ ପ୍ରଭୁ ଭରିଦେଲେ

ପଶୁ ପକ୍ଷୀ ଆଉ କୀଟ ପତଙ୍ଗ କୁ

ଯେଉଁ ଭାଷା କୁ ଯେ ସଭିଏଁ ବୁଝନ୍ତି

ଘୃଣା ଭାବ କୁ ତ କରି ଆଜି ଦୂର

ରଚି ଦିଅ ଏକ ସୁନ୍ଦର ସଂସାର.

ଘୃଣା କୁ କେବେ ସେ ଦିଅ ନାଇଁ ସ୍ଥାନ

କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ

ଦୟା, କ୍ଷମା, କୁ ଯେ ଦିଅ ତୁମେ ସ୍ଥାନ

ସାର୍ଥକ ହୋଇ ବ ତୁମ ମଣିଷ ଜୀବନ

ଏହା ବିନା ମାନବ ଜୀବନ ଅଧୁରl

ଚିର ସୁରଭିତ ପୁଷ୍ପ ଟେ ଏ ପରା

ମୃତ୍ୟୁ ଅନ୍ତେ ତୁମେ ବୈକୁଣ୍ଠ ପାଇବ

ଯମ ଦ୍ୱାରେ ଆଉ କେବେ ବି ନ ଯିବ

ଜୀବନେ ପରମ ମୋକ୍ଷ ଯେ ଲଭିବ

ହେ ବିଶ୍ୱ ନିୟନ୍ତା ଭରି ଦିଅ ଆଜି

ପ୍ରତି ପ୍ରାଣେ ସେଇ ସ୍ନେହ ର ବାରିଧି

ବାସି ଉଠୁ ସେଇ ସଂସାର କାନନ

ଯେସନେ ଅପୂର୍ବ ପାରିଜାତ ସମ. 

ହସି ଉଠୁ ସବୁ ସୁନ୍ଦର ଜୀବନ l



Rate this content
Log in

Similar oriya poem from Inspirational