STORYMIRROR

sabitri jal

Romance

3  

sabitri jal

Romance

ଭାବନା

ଭାବନା

1 min
398

କେବେ ବି ଦେଖିନି ତୁମକୁ

ତଥାପି ଭାବୁଛି ମୋ ମନ ମନ୍ଦିରରେ

ମୋ ହୃଦୟର ପ୍ରତୀଟି ସ୍ପନ୍ଦନରେ ।।         

 ଦେଖିନି ତୁମକୁ ତଥାପି

 ଆଙ୍କୁଛି ମୁଁ ତୁମ ଛବି

 ମୋ ଅମାନିଆ ମନର ପ୍ରତିଟ କୋଣରେ ।।                             

ଜାଣିନି ତୁମକୁ ହେଲେବି

ଖୋଜୁଛି ମୁଁ ତୁମ ଠିକଣା

ପାଗଳୀ ଫୁଲ ଟିଏ ପରି ।।          

 ସପ୍ନରେ କେବେ ଆସିନ ତଥାପି

 ଖୋଜୁଥାଏ ପାଗେଳୀ ହୋଇ

 କଲ୍ପନାର ସେଇ ପ୍ରତିଟି ପୃଷ୍ଠା ରେ ।।

କେବେ ଶୁଣୀନି ତୁମ କଥା

ତଥାପି ଲେଖୁଥାଏ ପ୍ରତି ପୃଷ୍ଠାରେ

ତୁମର ସରିଲ କଥା ।।

 ସପ୍ନରେ କେବେ ଆସିନ ତଥାପି

 ଅପେକ୍ଷା କରିଥାଏ

 ମୋ ସପ୍ନର ତାଜମହଲରେ ।।

ଜାଣିନି ଆସିବ କେବେ

ତଥାପି ଅପେକ୍ଷା କରିଛି

ଫୁଲଟିଏ ପରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance