STORYMIRROR

sabitri jal

Inspirational Others

2  

sabitri jal

Inspirational Others

ଝି

ଝି

1 min
65

ଆଏ ବଲି ଝି

କାଏ ଯେ ଦେଉଛ ମତେ ମାରି

ମତେ ଜନମ୍ ହେବାର୍ କେ ଦିଅ

ମତେ ଦୁନିଆ କେ ଆସି ଦିଅ

ପାର୍ମି ମୁଇ ସନସାର୍ ଗଢି

ଜାନ୍ମି ମୁଇ ଦୁନିଆଦାରି

କାଏ ଯେ ଦେଉଛ ମତେ ମାରି

ଆଏ ବଲି ମୁଇ ଝି

ଯୁଗ୍ ଯୁଗ୍ ନେଇ ପୂଜା ପାଇଛେ

କେଭେ ଇତିହାସେ ,କେଭେ ପୁରାଣେ

ନା ସିନା ମୋର୍ ଗୁଟେ

ହେଲେ ମୋର୍ ରୂପ୍ କେତେ

କେଭେ ମୁଇ ଦୂର୍ଗା ତ କେଭେ ସୀତା

କେଭେ ମୁଇ ଧର୍ତି ମା ତ କେଭେ ସରବ୍ସହିତା

ଆଏ ବଲି ଝି

କାଏ ଯେ ଦେଉଛ ମତେ ମାରି

ନୁହେ ମୁଇ ଜଞ୍ଜାଲ୍

ନୁହେ ମୁଇ ବୋଝ୍

ତମର୍ ସେବାରେ ଦିନ୍ ବିତାମି ରୋଜ୍

ମୁଇ ନାଇସେ ପରର୍ ଧନ୍

ମୁଇ ହେଉଛେ ଅମୁଲ୍ ଧନ୍

ନୁହେ ମୁଇ ଅବଳା

ନୁହେ ମୁଇ ଦୁର୍ବଲା

ଝାନ୍ସୀ ହେଇ ନିଜେ ଲଢମି୍

କଳ୍ପନା ସାଜୀ ଆକାଶେ ଉଡ଼ମି୍

ଏତକି୍ ମୁଇ ଦେଉଛେ ଲେଖି

"ଝି" ହେଇ ନାମ୍ ରଖ୍ମି ଇତିହାସ୍ ଥି ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational