STORYMIRROR

sabitri jal

Others

3  

sabitri jal

Others

ନାରୀ କୁ ଦିଅ ସମ୍ମାନ

ନାରୀ କୁ ଦିଅ ସମ୍ମାନ

1 min
301

ନାରୀ ହି ଶକ୍ତି

ନାରୀ ହି ଦୀପ୍ତି

ନାରୀ ଠୁ ସୃଷ୍ଟି ଏ ଜଗତ

ତା ପାଇଁ ପୃଥ୍ଵୀ ଉଜ୍ଜ୍ବଳମୟ

ତା ବିହୁନେ ତମସାମୟ

ଏତିକି ଆହ୍ୱାନ

ନାରୀକୁ ଦିଅ ସମ୍ମାନ ।

ନାରୀ ନୁହେଁ ଅବଳା

ସେ ନୁହେଁ ଦୁର୍ବଳା

ସେ ନୁହେଁ ପୁରୁଷର ଖେଳଣା

ଏତିକି ଆହ୍ୱାନ

ନାରୀକୁ ଦିଅ ସମ୍ମାନ ।

ନାରୀ ନୁହେଁ ପାଦର ତାନ୍ଡୋଇ

ସେ ଅଧୁନା ଯୁଗର ପାଠୋଇ

ତାକୁ କରନା କୁଶ୍ସିତ

ସେ ନୁହେଁ ଅଶିକ୍ଷିତ

ନୁହେ କାହାପାଇଁ ବୋଝ

କେହି ତ ନାରୀକୁ ବୁଝ ?

ନାରୀ ଠାରୁ ଆରମ୍ଭ ପୁଣି

ତାଠାରେ ଯେ ଶେଷ

ସେ କେବେ ଧ୍ବଂସିକା

ତ ପୁଣି କେବେ ମାର୍ଗଦର୍ସିକା

ନାରୀକୁ ଦିଅନି ଯନ୍ତ୍ରଣା

ତା ସହ ନକର ପ୍ରତାରଣା

ତା କ୍ରୋଧେ କୈରବନାସ

ତା ଅପମାନେ ଲକ୍କାପୁର ଧ୍ବଂସ

ନାରୀ ଯେ ହାରେନା

ଫେରେନା ପଛକୁ

ବିନା ଦ୍ନନଦେ ସମ୍ମାନ

ଦିଅ ତା ଇଚ୍ଛାକୁ

ନାରୀ କେବେ ସାଜିଲା ଝାନ୍ସୀରାଣୀ

ନାରୀ କେବେ ଉଡ଼ିଲା ଆକାଶେ ଯାଇ

ନାରୀ ପ୍ରତିଭାର ଭନ୍ଡ଼ାର

କେବେ ଥିଲା ମୂଖ୍ୟ ରାଷ୍ଟ୍ରର

ଏତିକି ଆହ୍ୱାନ

ନାରୀକୁ ଦିଅ ସମ୍ମାନ

ନାରୀକୁ ଦିଅ ସମ୍ମାନ

ନାରୀକୁ ଦିଅ ସମ୍ମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍