STORYMIRROR

sabitri jal

Tragedy Others

3  

sabitri jal

Tragedy Others

ସେଇ ଅତୀତ

ସେଇ ଅତୀତ

1 min
361

ନିରୁପାୟ ଆଜି ମୁଁ

ଖୋଜି ବୁଲେ ସେଇ ପୁରୁଣା ଅତୀତ

ଖୋଜିବୁଲେ ସେ ଅଭୁଲା ଅତୀତ

ସୁଖର ଅତୀତ......

ଯେଉଁଠି ଥିଲା ଖାଲି ଖୁସି ଖୁସି ଖୁସି....।।

         

ଶାନ୍ତିର ସେଇ ଛାଇକୁ ଖୋଜେ

 ଯେଉଁଠି ଥିଲା ଅସରନ୍ତି ହସ

 ଆଉତ ଫେରିବନି ସେଇ ଅତିତ ...

ତଥାପି ଖୋଜୁଛି ।

ପାଗଳ ଭଅଁର ପରି

  କାଳେ କୋଉଠି କିଛି ମିଳିଯିବ ।

ଯଦିବା କିଛି ମିଳିଯିବ ପୁଣିଥରେ ବଞ୍ଚିଯିବି ସେଇ ସୃତିରେ

ମାନସ ପଟରେ ଲୁଚିଥିବା ସେଇ ଅତୀତକୁ ଦେଖିଲେ

ଦେହରେ ଶିହରଣ ଖେଳିଯାଏ

ଜୀବନ ନାଟିକା ବହିର ଅତୀତ ପୃଷ୍ଠା ମନେ ପଡିଯାଏ ।

ସୃତିର ସେଇ ଗ୍ରନ୍ଥାଗାରରେ ପଡ଼ି ରହିଛି ମୋ ଅସରନ୍ତି ଖୁସି

 

ହେଲେ ନିରୁପାୟ ଆଜି ମୁଁ ..................

ସତ ଚେଷ୍ଟାରେ ବି ଫେରି ପାଇବିନି ଆଉ ସେଇ ଅତୀତକୁ

କେବଳ ଏଇ ଆଖି, ହୃଦୟ, ଅନୁଭବ କରିବେ ସେଇ ଅତୀତକୁ ।

ସଂସାର ମାୟା ରେ ଛନ୍ଦି ହୋଇ

ସମାଜର ନୀତିନିୟମରେ ବାନ୍ଧିହୋଇ

ଖାଲି ଛଟ୍ ପଟ୍ ହେଉଛି

ଯେମିତି ପାଣି ବିନା ମାଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy