ନିରବତା
ନିରବତା


ତୁମର ନିରବତା ଏବଂ
ମୋର ଭଲପାଇବା ମଧ୍ୟରେ
ତୁମକୁ ନ ପାଇ ବି ପାଇବାର ଆଶାରେ
ହା ହା କାର କରି ଉଠେ ଏ ଜୀବନ
ସତରେ କେତେ ଯେ ଯନ୍ତ୍ରଣା ଏ ଦୂରୱ
ଭୟଲାଗେ ଭାରି !
ଦିନ,ମାସ, ବର୍ଷ ବିତିଗଲା ପରେ
କାଳେ ଏ ଦୂରତା, ଏ ନିରବତା
ତୁମକୁ ମୋଠାରୁ ଦୁରେଇ ଦେବ
କାଳେ ତମେ ମୋତେ ଭୁଲିଯିବ !
ପୁଣି ଏଇ ନିରବତା କେବେ
କେତେ ଯେ ରୂପ ଧାରଣ କରେ
କେତେବେଳେ ଖୁସିର
ତ କେତେବେଳେ ଦୁଖଃର
କେବେ ଏ ନିରବତା ଅକୁହା କଥା
ଆଉ କେବେ ସବୁ ପ୍ରଶ୍ନର ଉତ୍ତର ।