STORYMIRROR

Puspanjali Panda

Abstract Others

4  

Puspanjali Panda

Abstract Others

ଭାବ

ଭାବ

1 min
344


ତୁମେ ମୋ ମନର ଶୂନ୍ୟ ଇଲାକା

ଭରିବାର ଆଶା ନାହିଁ ।

ପଛକୁ ଫେରିବା ଜାଣିନାହିଁ ବୋଲି

ଆଗକୁ ପଳାଏ ଧାଇଁ ।

ସମୟ କୁ ନେଇ ପୁଣି ଲେଉଟାଣୀ

ଏ ଜନ୍ମେ ନହେଲା ନାହିଁ ।

ଆର ଜନମରେ ଦୁହେଁ ଏକହେବା

ଏ ବିଶ୍ୱାସ ବି ରଖିନାହିଁ ।

ସରଳ ରେଖାର ଦୁଇ ଧାର ଆମେ 

ଚାଲୁଛେ ଏକାଠି ହୋଇ ।

କେବେନା କେବେ ତ ଛକି ପଡିଯିବ 

ଦୁହିଁଙ୍କୁ ଦେବ ମିଶାଇ ।

ସମୟର ସେହି ମାହେନ୍ଦ୍ର ବେଳାଟି

ସୁଖ ଖୁସୀ ସାଉଁଟିବ ।

ସଂପର୍କର ଭାବ ଥାଉ ସେହିପରି

ଆଶାରେ ତ ବଞ୍ଚି ହେବ?



Rate this content
Log in

Similar oriya poem from Abstract