ଭାବ ନୌକା
ଭାବ ନୌକା
ଭାବୁଛି ଏବେ ମୁଁ ,କାହିଁକି ବସିଲି ଭାବ ନୌକାରେ
ସମୟ ସାଗରେ ଭାଷୁ ଭାଷୁ ସିଏ ,ବୁଡିଗଲା ବାଟରେ |
ଜାଣି ନପାରିଲି ଭାବ ନୌକାରେ କିଏ ଫାଟ କରିଦେଲା
କେଉଁ ପାଇଁ ସତେ ,ମୋତେ ଧୋକା ଦେଇ ଚାଲିଗଲା ।
ଏହି ମନ ଅମାନିଆ ,ଧରିଛି ସେହି ଅଧୁରା ସ୍ୱପ୍ନକୁ
ଦୁଃଖରେ ଖାଲି ଚାହିଁଛି ସିଏ ଏହି ନିର୍ଦ୍ଦୟ ସମୟକୁ |
କେତେ କେତେ ସ୍ବପ୍ନ ସଜାଇଥିଲି ,ସେହି ଭାବ ନୌକାରେ
ଭରସା ଥିଲା ମୋର ,କିନ୍ତୁ ଡୁବିଗଲେ କିଛି ଧୋକାରେ |
ଭାବ ନୌକା ଆଶା ରଖିଥିଲା ,ଦିନେ କୂଳରେ ଲାଗିବ ,
ପୁର୍ଣ କରି ସ୍ବପ୍ନ ମୋର ,ମନରେ ଆନନ୍ଦ ଭରିବ |
ଭାବ ନୌକା ଧରିଥିଲା , ମୋର ସ୍ବପ୍ନର ସୁନ୍ଦର ସଂସାର ,
କିନ୍ତୁ ସାଥି ମୋର ଛାଡ଼ିଦେଇ ମୋତେ ,କରିଦେଲା ପର |
ଚାଲିଗଲା ସିଏ ,ତଥାପି ଆଶା ଥିଲା ଭାବ ନୌକାରେ ,
ପୁତ୍ର କନ୍ୟା ପାଇ ସାନ୍ତ୍ୱନା ପାଇଲି ଏହି ଜୀବନରେ |
ତାଙ୍କ ପାଇଁ କିଛି ନୂଆ ସଜାଇଲି ଭାବ ନୌକାରେ ,
କର୍ମ କାରିଗଲି ବଡ଼ ସରାଗରେ,କିଛି ଆଶା ଭରସାରେ |
ଭାବ ନୌକା ପୁଣି ଧରିଲା ସ୍ୱପ୍ନକୁ ମୋର ସନ୍ତାନଙ୍କର ,
ସେହି ସ୍ବପ୍ନ ବଢିତ ଚାଲିଲା ,ଏହା ଖେଳ ସମୟର |
ମନ କହୁଥିଲା ଭାବ ନୌକାକୁ ,ଟିକେ ଜଗିରଖି ଭରିବାକୁ ,
କଲେ ଭାଷୁ ଭାଷୁ ,ପାଇଯିବ ସେହି ଅଧୁରା ସ୍ୱପ୍ନକୁ |
ଏତେ ବୋଝ ଧରି ,କହୁଥିଲା ଭାବ ନୌକା ମନକୁ ,
ଥୟ ଧର,ଧରିଥିଲି ତାକୁ ,ଏବେ ଧରିଛି ସଭିଙ୍କୁ |
ଭାବ ନୌକର କଥା ଶୁଣି ମନ ଦମ୍ଭ ଧରିଲା ,
ସେବେ ପୁଣି ସିଏ ,ମୋହ ମାୟାର ବନ୍ଧନେ ପଡିଲା |
ତାଙ୍କୁ ସାଥି କରି ରଖିଲା ସେହି ଭାବ ନୌକାରେ ,
ଆହୁରି ଭରିଲା ମିଥ୍ୟା ଅଧର୍ମ ସ୍ୱାର୍ଥକୁ ,ତାହାର ସାଙ୍ଗରେ |
ସେମାନଙ୍କର ଉତ୍ପାତ ବଢ଼ିଲା , ଭାବ ନୌକାକୁ ଯନ୍ତ୍ରଣା ହେଲା ସେହି ଯନ୍ତ୍ରଣାରେ ପଡି ,ଥଳକୂଳ ପାଇଁ କାତ ନପାଇଲା |
ଦେଖୁ ଦେଖୁ ସେହି ଭାବ ନୌକାରେ ,ଫାଟ ପଡିଗଲା ,
ଅଧୁରା ସ୍ୱପ୍ନକୁ ସଙ୍ଗେ ନେଇ ,ସମୟ ସାଗରେ ଡୁବିଗଲା |
ଆଜି ଭାବ ନୌକା ବିନା ଏହି ମନ ଅସ୍ଥିର ,
ଦେଖୁଚି ଏବେ କେହି ନିଜର ନୁହନ୍ତି ,ସବୁ ପର |
ହଜାଇ ଭାବ ନୌକାକୁ ଯିବ ଜୀବନର ଶେଷ ଯାତ୍ରାରେ ,
ସଙ୍ଗେ ଥିବ ମନ ,ନେଇ ଅଧୁରା ସ୍ୱପ୍ନକୁ ସାଥିରେ ।