ଭାବ ହୃଦୟର
ଭାବ ହୃଦୟର
କଅଁଳ ସକାଳ
ମୋପାଇଁ ଯନ୍ତ୍ରଣା
ଜଳାଏ ମନକୁ
ମୁଁ ପରା ପାନ୍ଥଶାଳା ।
ଉଦାସୀ ରାତିଟା
ଶାନ୍ତିର ଚାଦର
ଘୋଡା଼ଏ ମୋ ଦେହେ
ଦିଶେନା ଅଙ୍ଗାର କଳା ।
ଯେତେ ନୀରବତା
ଝଡର ବାରତା
ବୁକୁ ଯାଏ ସହି
ମୁଁ ପରା ପାନ୍ଥଶାଳା ।
ବ୍ୟାକୁଳତା ଭରା
ଜୀବନ ବସନ୍ତେ
ଅସରନ୍ତି ବ୍ୟଥା
ଦେହେ ମୋ କଳଙ୍କ ବୋଳା ।
କଅଁଳ ଜୋଛନା
ଏ ଦେହ ସହେନା
କଣ୍ଟକିତ ଭରା
ମୁଁ ପରା ପାନ୍ଥଶାଳା ।
ଗହନ ଅନ୍ଧାର
ଶାନ୍ତିର ପ୍ରାଚୀର
ସୁପ୍ତ ସ୍ବପ୍ନ ସବୁ
ମୁଦ୍ରିତ ମୋ ଚକ୍ଷୁ ଡୋଳା ।