STORYMIRROR

Jayashree Das

Classics

4  

Jayashree Das

Classics

ଭାବ ବିନୋଦିଆ

ଭାବ ବିନୋଦିଆ

1 min
298


ତୋ ଚକାଆଖିରେ ଆଖିକୁ ମିଶେଇ,

  ମନକଥା ଯେବେ କହିଦେଲି।

ଭାବ ରସିଆ ତୁ ଚାହିଁ ହସିଦେଲୁ,

   ତୋ ପ୍ରେମରେ ଧନ ପଡ଼ିଗଲି।


ଭୁଲିଗଲି ମୋର ସଂସାର ଜଞ୍ଜାଳ,

  ଭୁଲିଲି ମୁଁ ସୀମନ୍ତିନୀ।

ଭୁଲିଥିଲା ଦିନେ କିଶୋରୀ ରାଧିକା,

   ହୋଇଥିଲା କଳଙ୍କିନୀ।


କେତେ ଘର ବୁଡ଼ା ରୂପତୁ ପାଇଛୁ,

   କଳାପଦ୍ମ ତୋର ମୁହଁ।

ମୋହିନୀ ଲଗାଇ ଆତ୍ମା ଟାଣି ନେଉ,

   ଜଡ଼ ହୁଏ ଏହି ଦେହ।


ଅଧରେ ତୋହର ଅଧା ଚାନ୍ଦ ହସ,

   ଯିଏ ଦେଖେ ଫସିଯାଏ।

ଅଧାଗଢ଼ା ତୋର ପୂର୍ଣ୍ଣ ବ୍ରହ୍ମ ରୂପ,

  ସାରା ଜଗତକୁ ମୋହେ।


ଯାଇଥିଲି ତୋତେ ଦେଖା କରିବାକୁ,

   ଦୁଃଖ ଜଣାଇବି ବୋଲି।

କି ମାୟା ରଚିଲୁ ମାୟାଧର ତୁହି,

   ମୋ ମନ ସମର୍ପି ଦେଲି।


ତୁହି ଟାଣିଅଛୁ ମୋ ହୃଦୟ ଡୋରୀ,

   ଅଧାରେ ଛାଡ଼ିବୁ ନାହିଁ।

ଭୁଲି ଥଳକୂଳ ତୋ ପ୍ରେମ ନିଶାରେ,

   ଗଲିଣି ବାୟାଣୀ ହୋଇ।



Rate this content
Log in

Similar oriya poem from Classics