ବେଳାଭୂମି
ବେଳାଭୂମି
ସମୁଦ୍ର କୂଳର
ବିସ୍ତିର୍ଣ୍ଣ ବାଲୁକା ତଟ
ମନେ ଭରିଦିଏ ଉତ୍ସାହ
ଏପାଖେ ନୀଳ ଲହରୀ
ଆରପାଖେ ଉତ୍ତତ୍ପ ବାଲି
ଉପରେ ସ୍ବଚ୍ଛ ଆକାଶ ।୧ ।
ଅପୂର୍ବ ସମନ୍ବୟ
ଜଳ, ସ୍ଥଳ ଓ ନଭର
ଦେଖି ବିସ୍ମିତ ହୁଏ ମନ
ଅଦ୍ଭୁତ ସୃଷ୍ଟି ବିଧାତାଙ୍କର
ତଟଟି ସୁବିସ୍ତିର୍ଣ୍ଣ
ଦୀର୍ଘ ମରୁ ସମ ।୨ ।
ଉତ୍ତପ୍ତ ବାଲିରେ
ପୋଡିଯାଏ ପାଦ
ଅମାନିଆ ମନ କିନ୍ତୁ
ପାଏ ବିଶେଷ ଆନନ୍ଦ
ସାଉଁଟି ଅଛି ମୁଁ କତେ
ଗେଣ୍ଡା ଶାମୁକା ଖୋଳ
ସତେ ଯେପରି ଏହା
ମୋ ପାଇଁ ଅମୂଲ୍ୟ ରତ୍ନ ।୩ ।
ଉତ୍ତପ୍ତ ବାଲି ଓ
ପ୍ରଚଣ୍ଡ ନିଦାଘରେ
ଝୁଲୁସି ଯାଏ ଶରୀର
ନଜର ବୁଲାଏ
ବିସ୍ତିର୍ଣ୍ଣ ତଟରେ
ଦିଶେ ନାହିଁ କାହୁଁ ଏକ ବୃକ୍ଷ
ଛାୟାର ଆଶାତ ଦୁର୍ଲଭ ପ୍ରାୟ ।୪ ।
ଲୁଭାଏ ମନକୁ
ନୀଳ ଢେଉ
ଆଗେଇଲି ପାଦ ପୁଣି
ଲୁଣି ପାଣିକୁ
ଲଭିଲି ତୃପ୍ତି ମୁଁ
ପ୍ରଚଣ୍ଡ ଉଷ୍ଣରୁ ।୫ ।
ବେଳାଭୂମିକୁ ଯାଇ ଯଦି
ନଲେଖେ ପ୍ରିୟଙ୍କ ନାମ ବାଲିରେ
ଓ ନଗଢ଼େ ବାଲି ଘର
ଏହାକୁ ସ୍ପର୍ଶ ନକରେ
ପୁଣିସାଗର ଲହରୀ
କ୍ଷୋଭ ରହିଯିବ ମନ ଭିତରେ।୬ ।
ବାଲିକୁ ଦେଖି ମନେ
ଉଙ୍କି ମାରେ ଏକ ଘର ତୋଳିବାକୁ
ଗଢେ ମୁଁ ଘର ଓ ଆଙ୍କେ
ଛବି କେତେ ପ୍ରକାର
ସଜାଏ ଏହାକୁ ଦେଇ
ମୋ ମନର ଆକାର ।୭ ।
ଅତି ଆନନ୍ଦରେ ଦିନଟିକୁ
କରେ ମୁଁ ଅତିବାହିତ
ଅନେକ ସ୍ମୃତିକୁ ମନେ କରି ସଂଯୁକ୍ତ
ଅସ୍ତଗାମୀ ସୂର୍ଯ୍ୟ ସହ
ଲୁଣପାଣି ଓ ବାଲିମଖା ଶରୀରରେ
ଘରକୁ କରେ ପ୍ରତ୍ୟାବର୍ତ୍ତ ।୮ ।