STORYMIRROR

Biswanath Nayak

Inspirational

2  

Biswanath Nayak

Inspirational

ବେଳାଭୂଇଁ

ବେଳାଭୂଇଁ

1 min
392

ବେଳାଭୂଇଁ           

ସାଗର ର ଉତ୍ତାଳ ତରଙ୍ଗ,      

ଭାରି ଅମାନିଆ,ସଦା ଇତସ୍ତତ।    

ନିଜର ଜଳରାଶିର ପ୍ରଚୁରତା ନେଇ,                     

ସବୁବେଳେ ଲଂଘିବାକୁ ଆସେ ,                     

ବେଳାଭୂଇଁ ସୀମାରେଖା।                         

ମଣିଷର ମନ ,ଯୌବନ ଉଦ୍ଦାମତା ରେ,                      

ବିବେକର ସୀମାରେଖା ଡେଇଁ ଗଲାପରି।                   

କିନ୍ତୁ? ତରଙ୍ଗ ଓ ବେଳାଭୂଇଁ ଭାରି ଜଣାଶୁଣା।                 

ସବୁଦିନେ ଦେଖାଚାହାଁ,ମୁହଁ ଚାହାଁଚାହିଁ।                 

ତଥାପି ! ତରଙ୍ଗ ,ବାରମ୍ବାର ଧକାଦିଏ ତା ସତ୍ତା କୁ।               

କେବେବି ବୁଝେନା ତାର ଅନ୍ତରର କଥା,                    

ତା ମନ ଗହନର ଅକୁହା ବେଦନା।                               

ସମ୍ପର୍କର ମାନେ ସେ କିଛି ବୁଝେନାହିଁ।                     

ନିଜର ଆନନ୍ଦ ପାଇଁ,ଅନ୍ୟକୁ ଆଘାତ ଦିଏ।                 

ସମ୍ପର୍କର ଏ ଜଟିଳ ସମୀକରଣକୁ,                        

ବେଳାଭୂଇଁ ବୁଝିପାରେ ନାହିଁ। ଡରିଯାଏ।                   

କାଳେ ଏ ଲହଡି ତାର ସୀମା ଟପିଯିବ!        

ସମ୍ପର୍କର ଏ ଆଘାତ ମନ ତାର ସହି ପାରିବତ?  

ଭୀମର ସେ ବିଷଲଡୁ ଜ୍ଵାଳା,

ଅଦେଖା ଘାଆ ସଦୃଶ,                                 

ଦେଖିହୁଏ ନାହିଁ କିମ୍ବା ଦେଖେଇ ବି ହୁଏନାହିଁ।  

ଜଉଘର ନିଆଁର ଯନ୍ତ୍ରଣା,

ସହି ହୁଏ ନାହିଁ କିମ୍ବା କହି ହୁଏ ନାହିଁ।  

ବେଳାଭୂଇଁ ଭାଙ୍ଗି ପଡେନାହିଁ।  

ସାହାସ ଓ ଧୈର୍ଯ୍ୟ ନେଇ ସତ୍ୟକୁ ସାମ୍ନା କରେ। 

ସାହାସ ଆଉ ଧୈର୍ଯ୍ୟ ତ ଜୀବନର ସଂଗ୍ୟା।       

ଏ ଲହଡି କ୍ଷଣସ୍ଥାୟୀ, ଆସିବ ଓ ଯିବ,

ଜୀବନର ଦୁଖ ସୁଖ ଚକ୍ର ପରି,

ଏ ଜୁଆର ଭଟ୍ଟା ପାଲଟିବ।  

ସବୁ ଧକା,ସବୁ କଷ୍ଟ ସହିଯାଏ ବେଳାଭୂଇଁ,

ପାଣ୍ଡବ ସହିଲା ପରି ବନବାସ ଦୁଖ।  

ସମ୍ପର୍କକୁ କାଟେ ନାହିଁ,ସମ୍ମାନ ଜଣାଏ।   

ସମ୍ପର୍କ ତ ସମାଜର ଚେର।  

ଦୁଖ ସୁଖ ଆଘାତରେ ଭାଙ୍ଗିପଡି ସମ୍ପର୍କର ଚେର କାଟିଦେଲେ,

ତିଷ୍ଠିବତ ସମାଜର ପୁଷ୍ପିତ ଉଦ୍ୟାନ?

ରହିବତ ସେଠି ଆଉ ମଧୂପର ମଧୁର ଗୁଞ୍ଜନ?

ରଜନୀଗନ୍ଧାର ବାସ୍ନା କୋଇଲିର କୁହୁକୁହୁ ତାନ?

ସ୍ରଷ୍ଟାର ସୃଷ୍ଟି ଉଦ୍ଦେଶ୍ୟ ପୂରଣ ହେବତ?

ସମାଜ ଓ ସମ୍ଫର୍କର ସ୍ଥିତି ବିନା ନିଜ ସତ୍ତା ରହିବତ?

ପାଦତଳୁ ମାଟି ଖସିଗଲେ,

ଆଗକୁ ପାଦ ବଢାଇ ଦଉଡି ହେବତ?

ହାତ ଗୋଡ ସବୁ ଥାଇ ପଙ୍ଗୁ ହୋଇ ,                   

ମହାମାନୀ ଦୁର୍ଯ୍ୟୋଧନ ପରି ,                        

ସମ୍ପର୍କ ଶବ ଉପରେ ବସି,

ରକ୍ତନଦୀ ପାରିହେବା ସମ୍ଭବ ହେବତ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational