ବେଳା ଭୂମିରେ ସୂର୍ଯ୍ୟୋଦୟ
ବେଳା ଭୂମିରେ ସୂର୍ଯ୍ୟୋଦୟ
ଏଇ ଉଷାକାଳୀନ ଆଲୋକ ଛଟାରେ
ଉଦ୍ଭାସିତ ବେଳାଭୂମି
ପ୍ରାତଃଭ୍ରମଣରେ ଲିପ୍ତ ନରନାରୀଙ୍କ
ଅଭ୍ୟାସଗତ କୋଳାହଳରେ ଶବଦମୟ
ତାର ପ୍ରତିଟି ରେଣୁକଣ
ଚିରାଚରିତ ଭଙ୍ଗୀରେ ଉଦ୍ଧତ ବିଷଧର ଭରି
ଉନ୍ନତ ଗ୍ରୀବା ଟେକି କଟାକ୍ଷ ହାଣେ
ଧବଳାୟିତ ଲହରୀମାଳ ।
କେତେ ଯେ ଭାବୁକ ପ୍ରାଣର ଉବେଳିତ ଉଦ୍ଠାର
ଅବସାନ ଘଟାର
ଦର୍ଶନ ପିପାସୁ ଜନଗଣଙ୍କ ନୟନ ପଥରେ
ରକ୍ତିମ ଏକ ପ୍ରବାଳର ଦ୍ୟୁତି ନେଇ
ଆତ୍ମପ୍ରକାଶ କରନ୍ତି ସହସ୍ରଶୁ ।
ସୃଷ୍ଟିର ପ୍ରଥମ ପ୍ରଭାତରୁ ଏଯାବତ୍
ଗତାନୁଗତିକ ଚିନ୍ତାଧାରାରେ ଅଭ୍ୟସ୍ତ
ସୀୟ କର୍ତ୍ତବ୍ୟ ପାଳନରେ ନିମଜିତ ସେ ଦିବାକର
ଜାତି ଧର୍ମ ବର୍ଣ୍ଣର ମହାମିଳନର ବାର୍ତାବହ
ବିଶ୍ଵ ମାନବିକତାର ଅଖଣ୍ଡ ପ୍ରତୀକ
ତାଙ୍କରି ମୂଲାୟମ, ସ୍ପର୍ଶକାତର ରଶ୍ମୀ ପୁଞ୍ଜ
ବାଳସୂର୍ଯ୍ୟଙ୍କର ସେଇ ପ୍ରଥମ ବବିଭା
ଆତ୍ମପୀଡନରେ ଉଦ୍ଭ୍ରାନ୍ତ ମନୁଷ୍ୟକୁ ଦିଏ
ଆତ୍ମ ସମୀକ୍ଷାର ସୁଯୋଗ
ଅହର୍ନିଶି କର୍ମରତ ସାଗର ବୁକୁରେ
ସଟିକ ସମ ପ୍ରତିଭାତ-ଦୀପ୍ତିମନ୍ତ
ଅନାଗତ ଭବିଷ୍ୟତର ଅଶନି ସଂକେତ
ସୁବିସ୍ତୃତ ବାଲୁକା ରାଶି ବହନ କରିଥାଏ
ଅତିକ୍ରାନ୍ତ ଦୂରଦୂର ମୂକସାକ୍ଷୀ
ସୃଷ୍ଟି ପ୍ରକ୍ରିୟାକୁ ନୂତନ ସମ୍ଭାବନା,
ଅନନ୍ତ ରହସ୍ୟର ଗନ୍ମାଘର ଏ ସାଗର ଗର୍ଭରୁ
କ୍ରମଶଃ ଉତ୍ଥିତ ହୁଏ ।
ଦିଗବଳୟର ବଜ୍ରକାନ୍ତ ସୀମାରେଖାର ଚଉହର୍ଦାରୁ,
ଜୀବନୀ ଶକ୍ତିର ଆଧାର ଚିରତଗୁଣ ସୂର୍ଯ୍ୟ ।
