STORYMIRROR

LALIT MOHAN DASH

Abstract

4  

LALIT MOHAN DASH

Abstract

ବେଲ

ବେଲ

1 min
350

ନାମଟି ବେଲ

ଶୁଣମୋ ଖେଳ 

ଖରା ଦିନରେ ପଣା,

ଗଛରେ ବଢେ 

ପାଚିଲେ ଝଡେ

ତୁମୁକୁ ଥିବ ଜଣା।

ଉପର ଖୋଲ

ଭାଙ୍ଗିଲେ ଫଳ

ପାଚିଲା ମଣ୍ଡ ପରି,

ଧୋବଲା ମଞ୍ଜି

ଭିତରେ ଖଞ୍ଜି

ଲାଗଇ ଇଠା ଧରି।

ଦାରୁଣ ଖରା 

ମହକ ଭରା 

ପାନୀୟ ବେଲ ପଣା,

ମାଡଇ ହାଇ

ଶୋଇବା ଯାଇଁ

ନହୋଇ ବାଟବଣା।

ପେଟର ନାଟ

ପାଇଁକି ବାଟ

ପିଇଲେ ସଫା ମଳ,

ନାଳକୁ କାଳ

ପକେଇ ଜାଲ 

ଦିଅଇ ଦେହେ ବଳ                      

ଚମର ପୋଡ଼ା

ପଣାକୁ ଥୋଡ଼ା

ନିଇତି କରି ପାନ,

ବଢାଏ ଭୋକ

ଆଦରେ ଲୋକ

ପ୍ରକୃତି କରେ ଦାନ।।


Rate this content
Log in

Similar oriya poem from Abstract