STORYMIRROR

Shashanka sekhar Ray

Inspirational

3  

Shashanka sekhar Ray

Inspirational

ବେକାରୀର ବିଳାପ

ବେକାରୀର ବିଳାପ

1 min
163


ରାତି ପାହିଲେ

ଆରମ୍ଭ ହୋଇଯାଏ ରାସ୍ତାଖୋଜା

ଏ ସହରକୁ ସେ ସହରକୁ

ସକାଳର ସ୍ଵପ୍ନ ଧାଉଁଥାଏ 

ନିରାଶାର ମରୁଭୂମିରେ ଏକା

ଦେଖି ବିଜ୍ଞାପନର ମରିଚିକାକୁ ।

ଏ ଅଫିସରୁ ସେ ଅଫିସ୍ 

ଜୋତା ଛତା ମଥା ଘୁରିଯାଏ

ନିଜ ଭାଗ୍ୟକୁ ଲଦି ଦୋଷ 

ପରାସ୍ତ ସୈନିକ ଭଳି ଫେରିବାକୁ ହୁଏ

ଜୀବନ ଯୁଦ୍ଧେ ଟିକେ ବଞ୍ଚିବାକୁ ।

ସ୍ଥାନ ସବୁ ଏଠି ସଂରକ୍ଷଣ

ଜନ୍ମିତ ମୁଁ କୂଳ ସବର୍ଣ୍ଣ

ସୀକୃତି ମିଳିବନି ଜାଣ

ଆମ ଦେଶ ପରା ମହାନ

ସମ୍ଵିଧାନେ ଲେଖା ସମସ୍ତେ ସମାନ

ଜାତିପ୍ରଥା କାହିଁ କରୁଛି ବିଭାଜନ

ଜନ୍ମ ହେଲିନି କାହିଁ ହୋଇ ଅସବର୍ଣ୍ଣ

କହିଦେଲେ କାଳେ ଜାତିର ନାମ 

ଚାଲିଯାଏ ତାଙ୍କ ଆତ୍ମସମ୍ମାନ

କ୍ଷତବିକ୍ଷତ ହୁଏ ପରାଣ 

ଆଗ ଧାଡିରେ ଠିଆ ଜୀବନ

କର୍ମସଂସ୍ଥାନେ ଦେଖାଇ ପ୍ରମାଣ 

ରାଜନୀତି କଳାର ବରଦାନ

ରାତାରାତି ପାଇବାକୁ ସିଂହାସନ

ଶିକ୍ଷାର କରନ୍ତି ବିଭେଦାୟନ

ମଉଳି ଝଡିଯାଏ କେତେ ଉଚ୍ଚମନ

ଅନ୍ଧାରେ ରହିଯାଏ ଶିକ୍ଷାର ମାନ

ଦାରିଦ୍ରର ଘୋର କଷଣ

ବଳିପଡନ୍ତି କେତେ ଗୁଣି ବିଦ୍ଵାନ

ଧନ୍ୟ କହିବ ସର୍ବଶିକ୍ଷା ଅଭିଯାନ

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ

ବନ୍ଦ କରିଦିଅ ଏସବୁ ସ୍ଲେଗାନ

ନୂଆ ନୂଆ ଯୋଜନା ଖାଲି ପ୍ରହସନ 

ଗରିବ ପାଇଁ ଆଜି ସାତ ସପନ ।

ଚାଷୀ ଆଜି ମୋଚି

ବ୍ରାହ୍ମଣ କାଟୁଛି ଚୁଟି

ବଦଳିଛି କୌଳିକ ବୃତ୍ତି

ହଜିଯାଇଛି ପୁରୁଣା ସ୍ମୃତି

ଲାଗୁଛି ନୂଆ ନୂଆ ଅନୁଭୁତି

ବର୍ଣ୍ଣ ଶଙ୍କର ସମାଜ ହୋଇଛି ଯେମିତି ।

ଜାତି ଜାତି ନେଇ ଗର୍ବ ମନେ

ହିଂସା ରଚୁଥାଏ ଆଚରଣେ

ଉଠାଇଦିଅ ନାମ ପଛେ 

କି ଲାଭ ଅଛି ସାଙ୍ଗିଆରେ ।

ଆମେ ସବୁ ପରା ମଣିଷ ଜାତି

ବିଭେଦ ଖାଲି ଧନର ଅଭାବେ 

ସମାନ ଶିକ୍ଷା ହେଉ ଏ ଦେଶେ

ଧନୀ ଗରିବ ପଢନ୍ତୁ ନିର୍ବିଶେଷେ

ଜାତି ଧର୍ମ କୁସଂସ୍କାରେ ଭରି ନଯାଉ 

ବିଷାକ୍ତ କୁଚକ୍ରୀ ରାଜନୀତି

ଦକ୍ଷତା ମାପକାଠିରେ ତଉଲାଯାଉ

ନରଖି ଅନ୍ଧ ଭାବେ ଭାବ ଜାତିପ୍ରୀତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational