STORYMIRROR

Rasmita Dixit

Tragedy Others

3  

Rasmita Dixit

Tragedy Others

ବେଦନା ପୀଡିତାର

ବେଦନା ପୀଡିତାର

1 min
11.5K


ମାନୁଛି !ବୈଶାଖୀ ଝାଞ୍ଜିରେ ଅସ୍ତବ୍ୟସ୍ତ ହୋଇପଡିଥିଲି

ଘର୍ମାକ୍ତ ତନୁ ଶୁଷ୍କ , ରୁକ୍ଷ , ପାଣ୍ଡୁର ପଡି ଆସିଥିଲା 

ସବୁଜ ପଣତ ଝରି ପଡିଥିଲା ଚୁନା ଚୁନା ହୋଇ 

ପୁରୁଣା ଲୁଗା ପରି , 

ମୁଁ ପାଲଟୁ ଥିଲି ଧୀରେଧୀରେ

ଶ୍ରୀମୟୀ ରୁ ଶ୍ରୀହୀନା 

ଏ ସମୟରେ ଲୋଡୁଥିଲି ଟିକିଏ 

ଶୀତଳ ଆଲିଙ୍ଗନ

ଏକ ଭିଜା ଚୁମ୍ବନ 

କିନ୍ତୁ ଏଥିଲାଗି ତୁମକୁ 

ଦେଇ ନଥିଲି ଅନୁମତି 

କି କରିନଥିଲି ସାଦର ନିମନ୍ତ୍ରଣ ।

ଏମିତି କାହିଁକି କର ? 

ଅନିମନ୍ତ୍ରିତ ଅତିଥି ସାଜି 

ଧସେଇ ପଶି ଆସ ବିଗୁଲ ବଜେଇ ଝଡ଼ର 

ରଚିବାକୁ ମୋ ଦେହରେ ତାଣ୍ଡବର ନୃତ୍ୟ

ମୋ ଅନିଚ୍ଛାରେ କରିଯାଅ 

ତୁମ ଅପ୍ରେମର ବିକୃତ ସ୍ବାକ୍ଷର ।

ମୋ ପରିଧିକୁ ବିପର୍ଯ୍ୟସ୍ତ କରିଦେଇ 

କି ଲାଭ ପାଅ ତୁମେ ??

ଆଜନ୍ମ ଆକାଶ ମନସ୍କ ମୁଁ 

ପ୍ରୀତିମୟୀ ଅନନ୍ତ ପ୍ରେମିକା 

କେଇ ଠୋପା ବାରି ବିନ୍ଦୁର ପ୍ରତ୍ୟାଶା

ଏତେ ବି ବଡ଼ ନଥିଲା ........

ତମେ କିନ୍ତୁ ଦେଖାଇଲ ସବୁଥର ପରି 

ତୁମ ଔଦ୍ଧତ୍ୟ ର ନିଦର୍ଶନ

ଧ୍ଵଂସ କରି ମୋ ଅବଶିଷ୍ଟ ଲାଳିତ୍ୟ 

ପ୍ରଦର୍ଶନ କରିଗଲ ପ୍ରତିଥର ପରି 

ତୁମ ଅହଙ୍କାର ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy