Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Abstract

4  

PRABINA KU, KHADANGA

Abstract

ବଦନାମ ଗଳି

ବଦନାମ ଗଳି

1 min
334


ଦେଖିନେ ଦେଖିନେ

ମୋ ରୂପ ସୌନ୍ଦର୍ଯ୍ୟ

ଅଧମ ଲାଳସା ପିପାସୁ ମଣିଷ ।


ଖୋଲିଦେ ଖୋଲିଦେ 

ମୋ ଦେହରୁ ବସ୍ତ୍ର

ଦେଖି ଶୋଷ ମେଣ୍ଟାଇ ଦେ ମୋ ନଗ୍ନ ଚିତ୍ର ।


ଚାଖିନେ ଚାଖିନେ 

ମୋ କଅଁଳିଆ ମାଂସ

ରୂପ ନେ ତୁ ନରଭକ୍ଷୀ ରାକ୍ଷସ ।


ଶୋଷିନେ ଶୋଷିନେ

ମୋ ଧମନୀରୁ ରକ୍ତ

ସମାଜ ଦେଖୁ କେତେ ତୁ ବିଷାକ୍ତ ।


କହିଦେ କହିଦେ 

ସଭିଙ୍କୁ ବୁଲି ବୁଲି ଆଜି

ଧର୍ଷିତା ପତିତା ଯାଇଛି ମୁଁ ସାଜି ।


ବାଣ୍ଟିଦେ ବାଣ୍ଟିଦେ

ମୋ ପୁଳା ପୁଳା ମାଂସ

ଧର୍ଷଣ ନଗରେ ଉଲଗ୍ନ ଶୋଷ ।


ନେଇଯା ନେଇଯା 

ଯାହା ଇଚ୍ଛା ମନଭରି ମୋ ଠାରୁ

ମୋ ପରେ ଧର୍ଷିତା କେ ନହେଉ ଏଠାରୁ ।


ମାରିଦେ ମାରିଦେ

ତୋର ଶୋଷ ମେଣ୍ଟିଗଲେ

ଗଳା ମୋ କାଟିଦେ କାନ୍ଦଣା ଶୁଭିଲେ ।


ଜାଳିଦେ ଜାଳିଦେ

ମୋ ଶେଷ ଅପବିତ୍ର ଶବ

ନିରାଶ୍ରୟ ନିଃବସ୍ତ୍ର କଳଙ୍କିତ ରୂପ ।


ପୋଛିଦେ ପୋଛିଦେ

ମନରୁ ତୋହର କଳଙ୍କ ଚିହ୍ନ

ତୁ ନିଜକୁ ଚିହ୍ନି ନେ ହିଂସ୍ର ପଶୁଠାରୁ ହୀନ ।


ଭାବିନେ ଭାଵିନେ 

ଶେଷ ଧର୍ଷିତା ମୁଁ ସଂସାରେ

ମୋ ପରେ ନହେଉ କେହି ଧର୍ଷିତା କଳୁଷ ସମାଜ ଭିତରେ ।


Rate this content
Log in

Similar oriya poem from Abstract