Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.3  

Gobinda Chandra Sethi

Abstract Inspirational

ବଡ଼ ବଡୁଆ ହୋ

ବଡ଼ ବଡୁଆ ହୋ

1 min
139


ହେ ପୂର୍ବ ପୁରୁଷ   ସ୍ୱର୍ଗେ କାହିଁ ଅଛ

      ଆଜି କରୁଛି ଗୁହାରୀ

ପୁରୀ ସିଂହ ଦ୍ୱାରେ  ଡାକୁଛି ତୁମକୁ

     କାଉଁରିଆ କାଠି ଧରି ।

ଚଟ୍ଟାଣେ ବୋଇତ  ମୁରୁଜେ ବନାଇ

    ସାତ କୋଠରୀକୁ ଗଢି

ଛଅ କୋଠରୀକୁ   ଦ୍ରବ୍ୟରେ ଭରିଛି

    ମଝି କୋଠରୀକୁ ଛାଡି ।

ପ୍ରଥମ ତିନୋଟି   ଭରି ଦେଇଥାଉ

    ତୁଳା ଲୁଣ ସୋରିଷରେ 

ଶେଷ ତିନୋଟିରେ  ହଳଦୀ ସହିତ

    ଶତାବରୀ ଲତା ଚେରେ ।

ମଝି କୋଠରୀରେ   ପ୍ରସାଦ ସହିତ

    କାଉଁରିଆ କାଠି ବିଡା

ଅଗ୍ନି ସଂଯୋଗରେ  ଆହ୍ୱାନ କରୁଛୁ

    ଧରାରେ ହୋଇକି ଛିଡା ।

ବଡ଼ ବଡୁଆ ହୋ   ବଡ଼ ବଡୁଆ ହୋ

    ସ୍ବର୍ଗରୁ ଆସ ଓହ୍ଲାଇ

ଅନ୍ଧାରେ ଆସିଣ   ଆଲୁଅରେ ଯାଅ

   ମହାପ୍ରସାଦକୁ ଖାଇ ।

ବାଇଶି ପାବଚେ   ଗଡି ଗଡି ତୁମେ 

   ମୋକ୍ଷ ପ୍ରାପ୍ତି କରି ନିଅ

ଜଗାର ଆଶିଷେ   ଶ୍ରୀଚରଣେ ତାଙ୍କ

  ସର୍ବେ ଲୀନ ହୋଇ ଯାଅ ।



Rate this content
Log in

Similar oriya poem from Abstract