STORYMIRROR

Lata Behera

Abstract

4  

Lata Behera

Abstract

ବୈତରଣୀ କୂଳେ

ବୈତରଣୀ କୂଳେ

1 min
7


ବୈତରଣୀକୂଳେ ବରଜା ମାଆ

   ଭକତ କୋଳେଇ ନ୍ୟନ୍ତି 

ଯେତେ ଦୂରେ ଭକ୍ତ ରହି ଥାଉ ପଛେ

   ତା ଡାକ କର୍ଣ୍ଣେ ଶୁଣନ୍ତି ।


ଦୟାମୟୀ ସେ ତ ଜଗତ ଜନନୀ

   ସନ୍ତାନେ ରକ୍ଷା କରନ୍ତି 

ପଣତ କାନିରେ ଘୋଡେଇ ରଖି ସେ

   ତାହାର ସାହା ହୁଅନ୍ତି ।


ହଟେଇ ଦିଅନ୍ତି ଦୁଃଖର ବାଦଲ

   ବିପଦ ଟାଳି ଦିଅନ୍ତି 

ଦୁଃଖର ସୁଖର ସାଥି ହେଇ ସିଏ

   ଭକତେ କୋଳେଇ ନ୍ୟନ୍ତି ।


ପୋଛି ଦେଇ ତାର ଆଖିର ସେ ଲୁହ

   ଓଠେ ହସ ଭରି ଦ୍ୟନ୍ତି 

ଯେତେ ଝଡ ଝଞ୍ଜା ବିପଦଟି ଆସୁ

   ରକ୍ଷା ସିଏ କରି ଥାନ୍ତି ।


ଛାଇ ପରି ସିଏ ପାଖେ ରହି ଥାନ୍ତି

  କେବେ ଆଡେଇ ନ ଯାନ୍ତି

ଭକତଟି ତାଙ୍କ ଜୀବର ଜୀବନ

  ଦେଖି ଦେଲେ ଖୁସି ହୋନ୍ତି ।


ବିଶ୍ୱାସର ମୂଳେ ମିଳି ଥାନ୍ତି ସିଏ

  ଭକ୍ତିରେ ବଶ ହୁଅନ୍ତି 

ଅଭାବକୁ ଦୂର ଭାବକୁ ନିକଟ

  ସନ୍ତାନେ ସୁରକ୍ଷା ଦ୍ୟନ୍ତି ।


ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠା କରି ମା

   ଅଧର୍ମ ବିନାଶି ଥାନ୍ତି

ଯୁଗ ଯୁଗ ପାଇଁ ଏ ଧରା ଧାମରେ

   ଅବତାର ନେଇଥାନ୍ତି ।।


Rate this content
Log in

Similar oriya poem from Abstract