ବୈତରଣୀ କୂଳେ
ବୈତରଣୀ କୂଳେ
ବୈତରଣୀକୂଳେ ବରଜା ମାଆ
ଭକତ କୋଳେଇ ନ୍ୟନ୍ତି
ଯେତେ ଦୂରେ ଭକ୍ତ ରହି ଥାଉ ପଛେ
ତା ଡାକ କର୍ଣ୍ଣେ ଶୁଣନ୍ତି ।
ଦୟାମୟୀ ସେ ତ ଜଗତ ଜନନୀ
ସନ୍ତାନେ ରକ୍ଷା କରନ୍ତି
ପଣତ କାନିରେ ଘୋଡେଇ ରଖି ସେ
ତାହାର ସାହା ହୁଅନ୍ତି ।
ହଟେଇ ଦିଅନ୍ତି ଦୁଃଖର ବାଦଲ
ବିପଦ ଟାଳି ଦିଅନ୍ତି
ଦୁଃଖର ସୁଖର ସାଥି ହେଇ ସିଏ
ଭକତେ କୋଳେଇ ନ୍ୟନ୍ତି ।
ପୋଛି ଦେଇ ତାର ଆଖିର ସେ ଲୁହ
ଓଠେ ହସ ଭରି ଦ୍ୟନ୍ତି
ଯେତେ ଝଡ ଝଞ୍ଜା ବିପଦଟି ଆସୁ
ରକ୍ଷା ସିଏ କରି ଥାନ୍ତି ।
ଛାଇ ପରି ସିଏ ପାଖେ ରହି ଥାନ୍ତି
କେବେ ଆଡେଇ ନ ଯାନ୍ତି
ଭକତଟି ତାଙ୍କ ଜୀବର ଜୀବନ
ଦେଖି ଦେଲେ ଖୁସି ହୋନ୍ତି ।
ବିଶ୍ୱାସର ମୂଳେ ମିଳି ଥାନ୍ତି ସିଏ
ଭକ୍ତିରେ ବଶ ହୁଅନ୍ତି
ଅଭାବକୁ ଦୂର ଭାବକୁ ନିକଟ
ସନ୍ତାନେ ସୁରକ୍ଷା ଦ୍ୟନ୍ତି ।
ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠା କରି ମା
ଅଧର୍ମ ବିନାଶି ଥାନ୍ତି
ଯୁଗ ଯୁଗ ପାଇଁ ଏ ଧରା ଧାମରେ
ଅବତାର ନେଇଥାନ୍ତି ।।
