Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Inspirational Children

3  

Bidyutprava Mishra

Inspirational Children

ବାୟା ବସା

ବାୟା ବସା

1 min
132



ବିଚିତ୍ର ବିନ୍ଧାଣୀ ଟିକି ଟିକି ଡେଣା

ଧନ୍ୟ ତୋତେରେ ଗଢିଛି ବିହି 

ତାଳ ଗଛ ଡାଳେ ନିର୍ଜନ ସ୍ଥାନରେ

ବସା ତୋର ବାନ୍ଧୁ ବାୟା ଚଡେଇ l


ଝଡ଼ ପବନକୁ ନଥାଏ ତୋ ଡର

ବସା ତୋର ଧୀରେ ଦୋଳି ଖେଳଇ 

ଘାସ କୁଟା ନେଇ କି କାରୁକାର୍ଯ୍ୟରେ

ଗୁନ୍ଥି ଥାଉ ତାକୁ ଚଞ୍ଚୁରେ ନେଇ l


ଟିକି ଟିକି ଛୁଆ ଦୋଳି ଖେଳୁଥାନ୍ତି

ବସାଟି ଭିତରେ ମୁହଁ ଦେଖାଇ 

ଚାଲିଯିବା ଲୋକ ଦଣ୍ଡେ ରହିଯାଏ

ବସାକୁ ତୋହର ଦେଖିବା ପାଇଁ l


ଉଚ୍ଚ ଗଛ ଦେଖି ତାଳ ଗଛ ଟିକୁ

ବସା ବାନ୍ଧୁ ଭାବି ଉତ୍ତମ ସ୍ଥାନ

 ଗୋଟିଏ ଗଛରେ ଅନେକ ବସାରେ

ଦିଶୁଥାଏ ସତେ କେଡେ ସୁଷମ l


ଦଳବଦ୍ଧ ହୋଇ ରହିଥାଅ ତୁମେ

ଖାଦ୍ୟ ଅନ୍ୱେଷଣେ ଯାଅ ଦୂରକୁ 

ସନ୍ଧ୍ୟା ଆଗମନେ ଫେରି ଆସିଥାଅ

ଶବଦେ ପୁରାଇ ସେହି ସ୍ଥାନକୁ l


କ୍ଷେତ ବାଡିରୁ ଶସ୍ୟ ଦାନା ଖୋଜି

ଆହାର ତୁମର କର ସଂଗ୍ରହ 

ନ ମିଳିଲେ କିଛି ବଞ୍ଚିବେ କିପରି

ନିରୀହ ପକ୍ଷୀଟି ଲାଗେ ସଂଶୟ l


ଗଛ ସଂଖ୍ୟା ଏବେ କମି କମି ଯାଏ

ବିପଦେ ପଡଇ ତୁମ ଜୀବନ 

ହେ ବିଶ୍ୱକରତା ରକ୍ଷା କରିବ କି

ବାୟା ଚଢେଇର ସୃଷ୍ଟି ମହାନ l



Rate this content
Log in

Similar oriya poem from Inspirational