ବାଉଁଶ ଗଛ ତଳେ
ବାଉଁଶ ଗଛ ତଳେ
ଯଦିଓ ଗଣି ହେବନି ଆୟୁଷର,
ବନ୍ଦୀଶାଳାରେ ପ୍ରତୀକ୍ଷାରତ ଜୀବନର ଦିନ ମାନଙ୍କୁ ;
କିନ୍ତୁ ଦୂର ଦିଗ୍ ବଳୟରେ ଦିଶିଲାଣି ପ୍ରସସ୍ଥ ନୀରବତା ।
ଯଦିଓ ସମୟର ଲମ୍ବା ଫିତାରେ ତାହାକୁ ମାପି ହେବନି,
କିନ୍ତୁ ମୁହୂର୍ତ୍ତ ମାନେ ସ୍ୱଚ୍ଛ ଯନ୍ତଣା ମାନଙ୍କୁ ସାଙ୍ଗରେ ଧରି ;
ଦୂର ପାହାଡ଼ରେ ଖୋଜିଲେଣି,
ନିଜ ପୋଡା କଙ୍କାଳର ଥଣ୍ଡା ପାଉଁଶ ।
ଯଦିଓ ଜନ୍ମ ବେଳେ ପରିଚୟ ଥିଲା ସମ୍ପୂର୍ଣ୍ଣ ଏକାକୀ,
ସମ୍ପର୍କ ମାନେ ଶରୀରର ରକ୍ତରେ ସଞ୍ଚାଳିତ ହେଲାପରେ ;
ଏକ ଭଙ୍ଗୁର ବିଭାଜନ ହୋଇଥିଲା,
ମୋ ପରିଚୟର - ପରିବାର ଭାବରେ ।
ଏକ ନିର୍ଜନ ନିସ୍ତବ୍ଦ ମରୁଭୂମିରେ ଛିଡା ରହି,
ଭୁଲ୍ ରେ ତିଆରି ହୋଇ ଯାଇଥିବା ;
ସମ୍ପର୍କ ମାନଙ୍କର ପ୍ରାଚୀର ମାନଙ୍କୁ ଗଣୁଛି,
ନିଶବ୍ଦ କୋଳାହଳ କରୁଥିବା ଧର୍ମଶାସ୍ତ୍ରର ତତ୍ତ୍ୱ ଭିତରେ ।
ମେଟାଫର୍ ମାନଙ୍କୁ ଅଲଗା କରି ଆକାଶକୁ ଦେଖିଲେ,
ବର୍ଷା ଶୂନ୍ୟ ଭାବନାର ବାଦଲ ମାନେ ଦିଶନ୍ତି ;
ଛଅ ଖଣ୍ଡ ହେବାକୁ ଥିବା,
ଏକ ଡେଙ୍ଗା ବାଉଁଶ ଗଛ ତଳେ,
ଜୀବନ ଟା ଛିଡା ରହିଛି !!