STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ବାଟବଣା ହେବା ନାହିଁ

ବାଟବଣା ହେବା ନାହିଁ

1 min
333


ପାଷାଣ ଦେହରେ ଜୀବନ ସଂଚାରୀ 

ନୂତନତ୍ୱର ରୂପ ଦିଏ  

ସାଗର ମଧ୍ୟରୁ ଶାମୁକା ସାଉଁଟି ମୁକ୍ତାର 

ସନ୍ଧାନ ଦେଇଥାଏ ।


ମଣିଷ ତାର କଳ୍ପନା ରାଇଜରେ ବୁଡି, 

ଶବ୍ଦ ଓ ଜ୍ଞାନର ସମ୍ଭାରରେ  

କୁସଂସ୍କାର ଓ ଅନ୍ଧ ବିଶ୍ଵାସକୁ ସମାଜରୁ 

ଦୁରେଇ ଧର୍ମକୁ ସଂସ୍ଥାପନା କରେ ।


ନିଶବ୍ଦ ଏକାନ୍ତ ନିଜସ୍ୱ ବିଭୋରତାର ମଧ୍ୟେ

ଗଢ଼ଇ ବ୍ୟବସ୍ଥା ନୂଆ ସମ୍ଭାଵନାର 

ନୂତନ ସକାଳର ରବି ପରି ଆଣି ଦେଇ ଥାଏ 

ନବ ଚେତନା ଭର୍ତ୍ତି ନୂଆ ଯୁଗର ।


ଦିବ୍ୟଦ୍ରଷ୍ଟା ସାଜି ନବ ଚେତନାରେ କିଛି 

ମନୁଷ୍ୟ ନବ ଯୁଗ ଆଣିଥାନ୍ତି

ପରିବର୍ତ୍ନର ପ୍ରବାହରେ ବର୍ତ୍ତମାନର ଚିନ୍ତା

ଓ ମତକୁ ବଦଳାଇ ଦେଇ ପାରନ୍ତି ।


ବିଭିନ୍ନତା ଭିତରେ ସଦା କିଛି ସତ୍ୟତା

ଅଭିନ୍ନ ରହିଛି, ରହିଥିବ

ଯେତେ ମତ ସେତେ ପଥ ହୋଇପାରେ,

କିଛି ଚିରନ୍ତନ ବିଚାର ମଧ୍ୟ ରହିବ ।


ଅକ୍ଲାନ୍ତ ଆତ୍ମ ପ୍ରଚେଷ୍ଟାରେ ଗଢ଼ି ଉଠେ ନୂଆ

ପରିଚୟ ଭାବନାରେ,

ବିଶ୍ୱାସର ବର୍ଣ୍ଣ ଅଙ୍କିତ ହୁଅଇ ଦେଖା ଦିଏ ନୂଆ

ଧରମର ଭାବ ହିସାବରେ ।


ବନିଯାଏ ଏକ ଧର୍ମ, ପଥ ହୁଏ ମନ୍ଦିର, 

ମସଜିଦ୍, ଗୀର୍ଜା, ଗୁରୁଦ୍ଵାର 

ଈଶ୍ବର ତ ଏକ ଅଭିନ୍ନ ଥାଆନ୍ତି ଉପାସନା

ପୂଜା କରାଯାଏ ବିଭିନ୍ନ ରୂପର ।


କିଏ କହେ ଆଲ୍ଲା, କିଏ କହେ ଈଶ୍ବର, କିଏ 

କହେ ଯୀଶୁ ଅବା ବୁଦ୍ଧ 

ନିଶ୍ଚଳେ ନିଶବ୍ଦରେ ବସି ପୂଜିଲେ ଏକ ରୂପ 

ଦିଶେ, ମନ ରହେ ସଦା ଶୁଦ୍ଧ।


ଜାତି ନାମରେ କୁସଂସ୍କାର, ପଶୁବଧ ଭଳି ଘୃଣ୍ୟ 

ପଶି ନଷ୍ଟ ହୁଏ ଧରମର ବାଣୀ

ଅତ୍ୟାଚାର, ଶୋଷଣ ଓ ଦୁର୍ନୀତି ପ୍ରବେଶ କରେ

ସବୁ ଧରମରେ ପୁଣି ।


ସତ୍ୟ, ଶାନ୍ତି, କ୍ଷମା ସବୁ ଧରମର ମୂଳମନ୍ତ୍ର,

ତାହାକୁ ଯାଉ ପୁରା ଭୁଲି 

ହୀନ କଳେବର ଧରି ସ୍ୱାର୍ଥରୂପୀ ପାପ ପଙ୍କକୁ

ଆମ ଧରମ ବଡ ବୋଲି ହେଉ ବୋଲି ।


ଏହି ଭାରତରେ ବହୁ ଧର୍ମ, ବିଭିନ୍ନତା ମଧ୍ୟରେ

ଆମେ ଏକାଠି କରୁଛେ ବାସ 

ଆପଣା ଧର୍ମରେ, ଆପଣା ପଥରେ ଚାଲୁଛେ, କିଛି 

ଧର୍ମାନ୍ଧ ଚେଷ୍ଟିତ, ଏକତା କରିବାକୁ ଧ୍ୱଂସ ।


ବିଶ୍ୱାସ ଡୋରୀରେ ବାନ୍ଧିଛେ ଜୀବନ, ଏଇ

ସଂସାର ନୌକା ପାରି ହେବା ପାଇଁ

ବିଭିନ୍ନ ଧର୍ମର ଲୋକ ହୋଇ ଆମେ ଏକ ରହିବା

ମିଛ ପ୍ରଚାରରେ ବାଟବଣା ହେବା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract