ବାଟଭଙ୍ଗା ପଥିକ
ବାଟଭଙ୍ଗା ପଥିକ
ବାଟଭଙ୍ଗା ପଥିକ
ତୁମେ କ'ଣ ମୋତେ ଚିହ୍ନି ପାରୁନ
ତୁମରି ଉପନ୍ୟାସ ର ମୁଁ
ଅଦେଖା ଫର୍ଦ୍ଦ ଟିଏ
ଏଇ ନାମ କରଣ ଟା,
ତୁମେ ହିଁ ଦେଇଥିଲ ନା
ତୁମ ଯୁକ୍ତି ଆଉ ଅଯୁକ୍ତି ଭିତରେ
ଲୁଚିଯାଏ ମୁଁ
ତୁମେ ହିଁ ତ ମୋତେ
ଦିନେ କହିଥିଲ,
ତୁମ ନିରବତା ରେ
ତୁମକୁ ଅଧିର କରୁଥିବା ସ୍ୱପ୍ନ ରେ
ତୁମ ଲେଖନୀ ର ଅଳଙ୍କାର ରେ,
ତୁମ କାନ୍ ଭାସ୍ ର ଚିତ୍ର ରେ,
ମୁଁ ହିଁ ବୁଲୁଛି ଦୀର୍ଘ ବର୍ଷ ଧରି ।
ସେଦିନ ମୁଁ ଖଣ୍ଡ ଖଣ୍ଡ ହୋଇଗଲି
ନିଜ ଭିତରେ..
ଦୀର୍ଘ ଜୀବନର ତେଲଲୁଣ
ସଂସାର ଭିତରେ ,
ମୁଁ ଅଜଣା ଥିଲି
କେଉଁ ସୁଦୂର ଦେଶରେ ରହି
ମେଘ ଭର୍ତ୍ତି ଆକାଶରେ
ମତେ କିଏ ଜହ୍ନ ର ଆକାର ରେ
ଦେଖୁଥିବ
ମୁଁ ବା କେମିତି ଜାଣନ୍ତି ,
ମୋ ଝଡ଼ ଝଞ୍ଜା ଜୀବନୀ ଭିତରେ
ମୋତେ ହିଁ କିଏ ଖୋଜି ଚାଲିଛି
ବିନା ଶ୍ରାବଣ ରେ
ମୋ ପାଇଁ ଅନେକ ଥର ଭିଜି ଚାଲିଛି
ପାହାଡ଼, ପର୍ବତ , ବୃକ୍ଷ , ଛାୟା ,
ବର୍ଷା , ଝଡ଼ , ମେଘ, ଫଗୁଣ ରେ
ମୋ ଉପସ୍ଥିତି ଖୋଜି ଚାଲିଛି
ମୁଁ ତ କେଉଁ ଦେବତା ଙ୍କ ଆଖିରେ
ପାହାନ୍ତି ପ୍ରହର ରେ
ଲୁଚିଯାଉଥିବା ଜହ୍ନ
ଆଉ ଉକୁଟି ଉଠୁଥିବା,
ସୂର୍ଯ୍ୟ ଙ୍କ ପ୍ରଥମ ରଶ୍ମି ଥିଲି ।
ସିନ୍ଦୁର ଫଟା ର ପ୍ରଥମ ନାଲି ରଙ୍ଗ ରେ
ମୋ ମଥାରେ ସିଂଥି ସଜେଇ ଥିଲି
ତେବେ ବି ତୁମେ ମୋତେ ଦୋଷ ଦେଲ
ତୁମ ଅଭିମାନ ରେ ପୋତି
ପକାଇଲ
ଆଜି ବି ମୋ ଜୀବନ ର ଇତିହାସ
ଅଦୃଶ୍ୟ ରେ ଲେଖା ଚାଲିଛି
କେବେ ସରିବ କେଜାଣି
ନିର୍ଦୋଷ ହୋଇ ବି
ଅଜଣା ଦୋଷ ସ୍ୱୀକାର
କରି ଚାଲିଛି
ନିୟତି କହୁଛି,
ଏ ସବୁ ମୋର
ପୂର୍ବ ଜନ୍ମ ର ପୋଥିରେ
ଲେଖା ଅଛି
ମୁଁ ଜାଣିଛି,
ତୁମେ ମୋ ରାସ୍ତା ର
ବାଟଭଙ୍ଗା ପଥିକ ଟେ
ବାର୍ ବାର୍ ପଛକୁ ଫେରି ଫେରି
ମୋତେ ହିଁ ଦେଖୁଛ
ଅଦିନ ଝଡ଼ ରେ,
କଣ୍ଟା ଝଂନ୍ତା ରାସ୍ତାରେ,
ବାରିଧି ର ଗର୍ଜନରେ,
ଅଧା ରାସ୍ତାରେ ଛିଡ଼ା ହୋଇ
ମୋ ଆଡ଼େ ହାତ ବଢ଼ାଉଛ
ମୁଁ ଦେଖୁଛି ତୁମକୁ
କିନ୍ତୁ ଢେଉ ର ପ୍ରବାହ
ମୋତେ ଅନେକ ଦୂର
ଠେଲି ନେଇ ଯାଇଛି
ଆଉ ତୁମ ପାଖେ ପହଞ୍ଚିବା ର
ରାସ୍ତା ବି ନାହିଁ
ସାମ୍ନା ରେ ତୁମ ଘର ଆଡ଼େ
ସୁନ୍ଦର ରାସ୍ତା ଟିଏ ପଡ଼ିଛି
ମୋ ମନ ର ପଥିକ
ତୁମେ ଫେରିଯାଅ ତୁମ ଘର ଆଡ଼େ
ପରଜନ୍ମରେ ରେ ମୁଁ
ମୋ କାନ୍ ଭାସ୍ ରେ ତୁମ ଚିତ୍ର ଆଙ୍କିବି