ବାର୍ତ୍ତା ଦେଉଥାଏ ଘଡି
ବାର୍ତ୍ତା ଦେଉଥାଏ ଘଡି


ସମୟ କାହାକୁ କରେନି ଅପେକ୍ଷା,
ତା ବାଟରେ ଯାଏ ଗଡି ।
କ୍ଳାନ୍ତ ନ ହୋଇକି କର୍ତ୍ତବ୍ୟ କରହେ,
ବାର୍ତ୍ତା ଦେଉଥାଏ ଘଡି ।।
ଟିକ୍ ଟିକ୍ ଚାଲେ କି ଦିନ କି ରାତି,
ନିୟମିତ ବ୍ୟବଧାନେ ।
ମୋ ପରି କର୍ମଠ ହୁଅ ସର୍ବଜନ,
କହେ ରଖିବାକୁ ମନେ ।।
ସମୟ ମୂଲ୍ୟକୁ ଯିଏସେ ବୁଝିଛି,
ବିକାଶ କରିଛି ସିଏ ।
ପଛରେ ପଡିଛି ସେହି ଏକା ସିନା,
ମୂଲ୍ୟ ନ ବୁଝିଛି ଯିଏ ।।
ବେଳ ଥାଉଥାଉ ସୁଧାରି ଯାଅରେ,
ସମୟକୁ କରି ସାଥି ।
ସମୟ ହିଁ ଏକା ଗଢିବ ତୁମକୁ,
ଦେଖି ସମୟର ପ୍ରୀତି ।।
କେତେ ଘଟଣା ଓ ଦୁର୍ଘଟଣା ସବୁ,
ସମୟ ହିଁ ଅଛି ସାକ୍ଷୀ ।
ତେଣୁ ଆଗେଇବା କର୍ମ କରିକରି,
ସମୟ ଛାଇକୁ ଦେଖି ।।