STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ନିଶବ୍ଦର ସ୍ୱର

ନିଶବ୍ଦର ସ୍ୱର

1 min
25

ଆଜି ଏସହରକୁ କାହାର ପ୍ରତୀକ୍ଷା ନାହିଁ

ନା ଚଳଚଞ୍ଚଳ ନା ଗହଳି

ନା ସମୟ ସହ ତାଳ ଦେଇ

କାମ କରିବାର ସ୍ପୃହା

ସବୁ କିଛି ବଦଳିଯାଇଛି


ଜ୍ୟେଷ୍ଠ ମାସ ଖରା ଖାଲି ମନେ ପକେଇ ଦେଉଛି ମୋ ଗାଁ ମୋ ମାଟିରେ ଛାଡି ଆସିଥିବା ପାଦ ଚିହ୍ନ


ଶହ ଶହ ସାଥୀ ଗତିଶୀଳ

କେବେ ରେଳ ଷ୍ଟେସନ ତ

କେବେ ଫୂଟପାଥ

ପୁଣି କେବେ ଭୋକ ବିକଳରେ

ଆହାର କେନ୍ଦ୍ରକୁ


ଜୀବନ ବିକଳରେ କାମ ଖୋଜିଚାଲି ଆସିଥିବା ପାଦ ଆଜି ସ୍ଥିର ,କର ଲେଉଟାଇ ଚାହୁଁଛି ,

ଗାଁ ଗହୀରିକୁ


ଗାଁ ନୁହେଁ ସେ ତ ଗୋପପୁର

ଯଶୋଦା ପଣତ କାନିରେ ଲୁହ ପୋଛି ଆଜି ସଜଳ ଆଖିରେ

ଅନେଇ ରହିଛି ପୁଅର ଫେରିବା ବାଟକୁ

ପୁଣି ଧୂଳି ଉଡିବ ଗାଁ ରାସ୍ତାରେ,

ମାଟିର ବାସ୍ନାରେ ଭିଜିବ 

ବିଲ ବାଡ଼ି ନିଜ ହାତରେ ସଜାଡ଼ିବ

ସାଇଭାଇ ଏକାଠି ହେବେ

ସହର ର ଆକ୍ତା ମାକ୍ତା ଧୂଆଁରେ ହନ୍ତସନ୍ତ ଜୀବନଠୁ

ଦୂରେଇ ଯିବ।


ଶୁଭୁଛି


ଗାଁର ଗୋଧୂଳି ଲଗ୍ନର ଛାଇ


 ଗାଈଆଳ ପିଲା ସହ

ବଇଁଶୀ ସ୍ୱର 

ହାତ ଠାରି ଡାକୁଛି

ଆ ସାଥି ଫେରିଯିବା

ପୁଣି ସାଙ୍ଗ ହୋଇ କୋଳି ତୋଳିବା

ରାଧା ସାଙ୍ଗେ ମିଛ କଳି

ଆଉ ଯମୁନାର ଚହଲାପାଣିରେ ମୁରଲୀ ଠାଣି ଦେଖି

ଦଣ୍ଡେ ଜିଇଁ ଯିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational