ନିଶବ୍ଦର ସ୍ୱର
ନିଶବ୍ଦର ସ୍ୱର
ଆଜି ଏସହରକୁ କାହାର ପ୍ରତୀକ୍ଷା ନାହିଁ
ନା ଚଳଚଞ୍ଚଳ ନା ଗହଳି
ନା ସମୟ ସହ ତାଳ ଦେଇ
କାମ କରିବାର ସ୍ପୃହା
ସବୁ କିଛି ବଦଳିଯାଇଛି
ଜ୍ୟେଷ୍ଠ ମାସ ଖରା ଖାଲି ମନେ ପକେଇ ଦେଉଛି ମୋ ଗାଁ ମୋ ମାଟିରେ ଛାଡି ଆସିଥିବା ପାଦ ଚିହ୍ନ
ଶହ ଶହ ସାଥୀ ଗତିଶୀଳ
କେବେ ରେଳ ଷ୍ଟେସନ ତ
କେବେ ଫୂଟପାଥ
ପୁଣି କେବେ ଭୋକ ବିକଳରେ
ଆହାର କେନ୍ଦ୍ରକୁ
ଜୀବନ ବିକଳରେ କାମ ଖୋଜିଚାଲି ଆସିଥିବା ପାଦ ଆଜି ସ୍ଥିର ,କର ଲେଉଟାଇ ଚାହୁଁଛି ,
ଗାଁ ଗହୀରିକୁ
ଗାଁ ନୁହେଁ ସେ ତ ଗୋପପୁର
ଯଶୋଦା ପଣତ କାନିରେ ଲୁହ ପୋଛି ଆଜି ସ
ଜଳ ଆଖିରେ
ଅନେଇ ରହିଛି ପୁଅର ଫେରିବା ବାଟକୁ
ପୁଣି ଧୂଳି ଉଡିବ ଗାଁ ରାସ୍ତାରେ,
ମାଟିର ବାସ୍ନାରେ ଭିଜିବ
ବିଲ ବାଡ଼ି ନିଜ ହାତରେ ସଜାଡ଼ିବ
ସାଇଭାଇ ଏକାଠି ହେବେ
ସହର ର ଆକ୍ତା ମାକ୍ତା ଧୂଆଁରେ ହନ୍ତସନ୍ତ ଜୀବନଠୁ
ଦୂରେଇ ଯିବ।
ଶୁଭୁଛି
ଗାଁର ଗୋଧୂଳି ଲଗ୍ନର ଛାଇ
ଗାଈଆଳ ପିଲା ସହ
ବଇଁଶୀ ସ୍ୱର
ହାତ ଠାରି ଡାକୁଛି
ଆ ସାଥି ଫେରିଯିବା
ପୁଣି ସାଙ୍ଗ ହୋଇ କୋଳି ତୋଳିବା
ରାଧା ସାଙ୍ଗେ ମିଛ କଳି
ଆଉ ଯମୁନାର ଚହଲାପାଣିରେ ମୁରଲୀ ଠାଣି ଦେଖି
ଦଣ୍ଡେ ଜିଇଁ ଯିବା ।