ଯଶ ନହେଉ ସର୍ବନାଶ
ଯଶ ନହେଉ ସର୍ବନାଶ
ପୂଣ୍ୟପର୍ବା ମୋର ଓଡ଼ିଶା ରାଇଜ
କଳା - କୀର୍ତ୍ତି ଭରପୁର,
ତା' ଭାଷାବିନ୍ୟାସ ଗଦ୍ୟ-ପଦ୍ୟ ଧାର
ଅତି ମନ-ମୁଗ୍ଧକର ..... ୦
ଛୁଇଁଲେ ଅଧର ଲାଗଇ ମଧୁର
ଏତେ ମିଠା ତାର ଭାଷା,
ଓଡିଆ ପ୍ରାଣର ଅମୁଲ୍ୟ ସମ୍ପଦ
କାଳିଆ କରୁଣା ଆଶା .....୧
ଓଡ଼ଶା ବିଖ୍ୟାତ କାରୁକାର୍ଯ୍ୟ ପାଇଁ
ମନ୍ଦିରମାଳିନୀ ସାକ୍ଷୀ
ଅତୀତର ଗାଥା ଖୋଦିତ ଚିତ୍ରରେ
ସ୍ବର୍ଣ୍ଣିମ ରଙ୍ଗକୁ ମାଖି .... ୨
ଆମରି ପୂର୍ବଜ ମଧୁ, ଭଞ୍ଜ, ଦାସ
ରଖିଥିଲେ ଯେଉଁ ଯଶ ,
ଆମେ ଏବେ ତାକୁ ପୋଡି ଜାଳି ସବୁ
କରି ଦେଉ ସର୍ବନାଶ .... ୩
କାରିଗରୀ କୀର୍ତ୍ତି ସାଥେ ପରମ୍ପରା
ପିୟୁଷ ସମ ଏ'ଯଶ
ପାଶ୍ଚାତ୍ୟ ସଂସ୍କୃତି ପରଭାଷା ମୋହେ
ହବ କିବା ସର୍ବନାଶ !.... ୪