ଭୋକର ଭୁଗୋଳଆଜି ଭାତହାଣ୍ଡି
ଭୋକର ଭୁଗୋଳଆଜି ଭାତହାଣ୍ଡି


ଜୟ କଳାହାଣ୍ଡି କଳାର ହାଣ୍ଡି
ଇତିହାସ ଗାଏ ତା "ବେଲଖଣ୍ଡି"
ହଜିଲା ଅତୀତ କଳା କିରତିକୁ
ସାଇତି ରଖିଛି ତା "ଗୁଡହାଣ୍ଡି"
ଜୟ କଳାହାଣ୍ଡି କଳାର ହାଣ୍ଡି ...
ସାହା ଆମ ପରା "ମାଣିକେଶ୍ବରୀ"
ଭରଷା "ଡୋକରୀ" "ମା ଲଙ୍କେଶ୍ବରୀ"
"ହାତୀ" 'ଈନ୍ଦ୍ରାବତୀ" "ଉଦନ୍ତୀ" "ତେଲ"
ପାଣି ପାଇଁ ହସେ ସୁନା ଫସଲ
ଦିନେ ଥିଲା ଇଏ ଭୋକର ଭୂଗୋଳ
ଆଜି ରାଇଜର ଭାତହାଣ୍ଡି
ଜୟ କଳାହାଣ୍ଡି କଳାର ହାଣ୍ଡି...
"ଚିଚେଇଗୁଡା"ର ରେଶମୀ ଶାଢୀ
ଆଖି ଝଲସା ତା ପଣତ ଧଡି
"ଖଇରପଦର" କାଠ ମୂରତ୍ତୀ
କାଠ ଦ
େବାଦେବୀ କାଠର ହାତୀ
କାରିଗର ହାତ କାଉଁରୀ ପରଷେ
ପ୍ରାଣ ପାଏ ସତେ କାଠର ଗଣ୍ଡି
ଜୟ କଳାହାଣ୍ଡି କଳାର ହାଣ୍ଡି ..
ଆମରି ଘୁମୁରା ଆମରି ଗୀତ
ସାରା ଦୁନିଆରେ ହେଲାଣି ଖ୍ୟାତ
ନିଶାନ୍ ମାଦଲ ଢେମସା ତାଶା
ସଭିଙ୍କୁ ଝୁମାଏ ସଙ୍ଗୀତ ନିଶା
ଆମ ଢୋଲ ଆମ ମହୁରୀର ସ୍ବର
ଅବୁଝା ମନକୁ ରଖେରେ ବାନ୍ଧି
ଜୟ କଳାହାଣ୍ଡି କଳାର ହାଣ୍ଡି...
"ଆମପାଣି" ଆଉ "ଉରଲାଦାନି"
ବଣ ପରବତ ଖାଦାନ ଖଣି
"ଫୁରଲି ଝରଣ" "ରାବଣ ଦର"
"ଡୋକ୍ରିଚଞ୍ଚରା" କି ମନୋହର
ଡଙ୍ଗର ଛାତିରେ କାନ୍ଦୁଲ ଅଳସୀ
ଫଗୁଣ ସଜାଡେ ଫୁଲର ପେଣ୍ଡି
ଜୟ କଳାହାଣ୍ଡି କଳାର ହାଣ୍ଡି..।