STORYMIRROR

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
43

ମୁଁ ଓଡ଼ିଆ 

ସବୁଠୁଁ ଶ୍ରେଷ୍ଠ 

ସବୁଠୁଁ ତେଜ 

ସବୁଠୁଁ ଆଗୁଆ

କାରଣ...

ମୁଣ୍ଡ ଉପରେ ଅସୀମ ଆକାଶ 

ହାତ ପାହାନ୍ତେ ସସୀମ ସାଗର 

ପାଦ ତଳେ ବିଶାଳ ଭୂମି

ଆଖିରେ ବିଶ୍ୱାସର କଜ୍ଵଳ 

ମଥାରେ ବିଜୟ ବିନ୍ଦି 

ମନରେ ଅଫୁରନ୍ତି ସାହସ 

ହୃଦୟେ ଭରିଛି ଅସରନ୍ତି ସ୍ବପ୍ନ

ଜାଣେନା ହାରିବା 

ଶିଖିନି ଡରିବା

ମମତା ମୋ ଶକ୍ତି 

ସହଯୋଗ ମୋ ଉକ୍ତି 

ବଡ଼ଙ୍କୁ ଭକ୍ତି 

ସାନଙ୍କୁ ସ୍ନେହ....


ମୁଁ ଓଡ଼ିଆ 

ସବୁଠୁଁ ବଢିଆ 

ସଦା ଆଗୁଆ 

ମନ ସଦା ସାଗୁଆ 

ସେଥିପାଇଁ ପରା ଆମେ ଘରୁଆ.. 


ମୁଁ ଓଡ଼ିଆ, ସେଥିପାଇଁ ପରା 

ଉଚ୍ଚାରିତ ହେଉଥାଏ ମୋ ମାଟି ମୋ ଭୂଖଣ୍ଡ ପାଇଁ 

ଶ୍ରଦ୍ଧା ଆଉ ଭକ୍ତିରେ 

ବନ୍ଦେ ଉତ୍କଳ ଜନନୀ..... 

ବୋହୁଥାଏ ସ୍ନେହର ତଟିନୀ 

ଗାଉଥାଏ ତାରା ଭର୍ତ୍ତି ରଜନୀ 

ବନ୍ଦେ ଉତ୍କଳ ଜନନୀ.... ।



Rate this content
Log in

Similar oriya poem from Inspirational