STORYMIRROR

sudhakar sethi

Inspirational

3  

sudhakar sethi

Inspirational

ହଟିଆ ସାଆନ୍ତ

ହଟିଆ ସାଆନ୍ତ

1 min
55


ଜଗା କରିଛୁ କି ଅଭିମାନ

ତୋ କୃପା ବିନା ପତ୍ର ହଲେନା 

ସବୁଥିରେ ତୋ ଆଶିଷ ଚିହ୍ନ

ଜଗା କରିଛୁ.....


ଘଟିଚାଲିଛି ଏମିତି ଘଟଣା 

ତାକୁ ବା କହିଵା କିସ

କେବେ ଶୁଣିନୁ କେଵେ ଜାଣିନୁ 

ଭାବିଲେ ଲାଗେ ହତାସ

ଜଗା ଭାବିଲେ....


ଭଲଲାଗୁନି କି ହେଲା କହ

ଏକି ତୋହର ଇଛା

ତୋ ଭକତ ଘରେ ତାଟିକଵାଟ

ପାଉନି ଆଉ ଭରସା ।

ଜଗା ପାଉନି.....


ସାରା ଜଗତ ତୋ ମୟାରେ ବନ୍ଧା

ଏକି ହେଲା ଵିପରିତ

ମନୁଆ ସାଆନ୍ତ ମନ ମାନିଲେ

ହଟନ୍ତା ଗରିବ ଦୁଃଖ ।

ଜଗା ହଟନ୍ତା....


ସାରା ଦୁନିଆ ରହିଛି ଚାହିଁ

ତୁ ପରା ଜଗତନାଥ 

ତୋ ଲୀଳାଖେଳା ହେବ କି ଅଧୁରା

ଶ୍ରୀଅଙ୍ଗେ ଲାଗିବ ଦୋଷ 

ଜଗା ଶ୍ରୀଅଙ୍ଗେ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational