STORYMIRROR

Subash Chandra Khuntia

Inspirational

3  

Subash Chandra Khuntia

Inspirational

ମୋ ପ୍ରୀୟ କବି

ମୋ ପ୍ରୀୟ କବି

1 min
78

ଫେସବୁକ୍ ରେ ଆଡ୍ କରିଥିଲି ଭାବି ତାଙ୍କୁ କଳାକାର

 ଦେଖିବାକୁ ସିଏ ଡଉଲ ଡାଉଲ ନାଁ ଡକ୍ଟର ସଚିଦାନନ୍ଦ କର

ତାଙ୍କ ଲେଖା ସବୁ ଓଡିଶା ପ୍ରସିଦ୍ଧ ସମସ୍ତଙ୍କ ମନ ଛୁଏଁ

  କୁନା ଭାଇର ସେ ଜୀବନ୍ତ ଚଢେଇ ଫୁରକିନା ଉଡିଯାଏ

ସହରରେ ତାଙ୍କ ଘର ହେଲେ ମଧ୍ୟ ଗାଆଁର ମଣିଷ ଟିଏ

 "ମୋ ଗାଆଁ' ତାଙ୍କ କବିତାଟି ପରା ସମସ୍ତଙ୍କ ମନ ମୋହେ

ମାଟିର ମଣିଷ ମାଟିର କବି ସେ ଲେଖନି ଉଚକୋଟିର

 ପଢିନାହିଁ ମୁହିଁ ନୁଆ ତାଙ୍କ ଲେଖା "ନଈ କୁଳରେ ଘର"

`ନୁଆ ଗୋଟିଏ ରାହା` ତାଙ୍କର ମନ ମୋ କିଣି ନେଲା

   ପଢୁ ପଢୁ ପୁଣି ତାଙ୍କ କବିତା ସ୍ବର ମୋତେ ମିଳିଗଲା

ଅତି ସହଜ ତାଙ୍କରି ଭାଷା ଆଗାମୀ ପିଢି ପାଇଁ

   ଥରେ ଯେ ପଢେ ଭୁଲି ପାରେନା ଆସନ୍ତି ସବୁ ଧାଇଁ

କିଞ୍ଚିତ ମୁହୁର୍ତ ତାଙ୍କ ସହିତ ବାର୍ତାଳାପ ହୁଏ

    ଭାରି ସୁନ୍ଦର ତାଙ୍କରି କଥା ସରଳ ମଣିଷଟିଏ

ତାଙ୍କରି ପରି ହେବାକୁ ପରା ମନ ମୋ ଭାରି ହୁଏ

    ସେ ମୋ ଆଦର୍ଶ ସବୁ ଦିନକୁ ଦୁନିଆରେ ଥିବା ଯାଏ

ମନରେ ମୋ ଥିଲା ବହୁତ ଦିନରୁ ପ୍ରଶଂସା କରିବା ପାଇଁ

 ଦୁଇ ଧାଡି ଆଜି ଲେଖି ପାରିଲି ମୁଁ କେବଳ ତାଙ୍କରି ପାଇଁ

କେତେବେଳେ ସାର୍ କେତେବେଳେ ଭାଇ ଏମିତି ମୁଁ ତାଙ୍କୁ କୁହେ

     ହୃଦୟରେ ତାଙ୍କୁ ରଖିଛି ସାଇତି ବଡ ଆପଣାର ସିଏ


                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational