STORYMIRROR

Subash Chandra Khuntia

Abstract

2  

Subash Chandra Khuntia

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
123

ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ ସମସ୍ତଙ୍କୁ ଅଛି ଜଣା

ଝିଅ ପୁଅ ଖାଲି ପ୍ରେମ କରିଦେଲେ ହୁଏନି ପ୍ରେମର ଗଣା


ଆଜି ହିଁ ଲେଖୁଛି ମୋର ପ୍ରେମ କଥା ପଢିବ ତ ମନ ଦେଇ

ଝିଅ ପୁଅ ଏଠି ଗଣା ହୁଅନ୍ତି ନି ଥିଲେ ଅନ୍ୟ ଜଣେ କେହି


ଦେଖା ହୁଏ ମୋର ତାଙ୍କରି ସହିତ ଏକ ଶୁଭ ମୁହୁର୍ତରେ

ପ୍ରଥମ ପ୍ରେମର ସ୍ବାଦ ମୁଁ ଚାଖିଲି ଟିକେ ବାର୍ତା ଆଳାପରେ


ଯେମିତି ଲାଗିଲା ଅମ୍ବଲ୍ୟ ସମ୍ପଦ ମୋତେ ମିଳି ଯାଇଥିଲା

ସେପଟରେ ପୁଣି ସେହି ଅନୁଭବ ତାଙ୍କୁ ମଧ୍ୟ ହେଉଥିଲା


ଦିନ ଗଡିଗଲା ରୃତୁ ବଦଳିଲା ବର୍ଷ ମଧ୍ୟ ବିତିଗଲା

ତଥାପି ମନରେ ତାଙ୍କରି ଚେହେରା ସବୁଦିନ ରହିଗଲା


ଚିଠି ଦିଆ ନିଆ ଚାଲୁଥିଲା ପୁଣି କଥା ମଧ୍ୟ ହେଉଥିଲୁ

କାହିଁକି ଏମିତି ହେଉଥିଲା ପୁଣି ଜାଣି ଭି ଅଜଣା ହେଲୁ


ସେ ସମ୍ପର୍କ ଥିଲା କେତେ ଯେ ପବିତ୍ର ତୁଳନା ତ ତାର ନାହିଁ

ଆଜିର ଦିନରେ ସେଦିନ ସମ୍ପର୍କ ଦେଖିବାକୁ ମିଳେ ନାହିଁ


ତାଙ୍କରି ସ୍ନେହ ଆଦର ବଦଳେ ସମ୍ମାନ ମୁଁ ଦେଉଥିଲି

ଦୁରିଆ କିଛିଟା ହିସାବରେ ପୁଣି ଦାଦା ବୋଲି ଡାକୁଥିଲି


କିଛଟା ବରଷ ବିତି ଯାଇଥିଲା ସମ୍ପର୍କ ବଦଳିଗଲା

ବିଭାଘର ପୁଣି ତାଙ୍କ ଝିଅ ସାଥେ ଏମିତି ମଧ୍ୟ ଭି ହେଲା


କଣ ଥିଲା ସେହି ପ୍ରଥମ ପ୍ରେମ ମନେ ଯେବେ ଭାବେ ଆଜି

ସ୍ନେହ ସମ୍ମାନ ଅଧିକାରରେ ତ ସବୁ ଯାଇଥିଲା ହଜି


ଆଜି ସିଏ ମୋର ଗୋଟିଏ ଅଙ୍ଗ ମୋ ଘରର ମେରୁଦଣ୍ଡ

ବାପା ମାଆ ପରେ ସିଏ ହିଁ ହୁଅନ୍ତି ମୋ ଜୀବନ ମାନଦଣ୍ଡ


ବାପା ବୋଲି ଦିନେ ଡାକି ପାରିଲିନି ଦୁଃଖ ଟିକେ ଲାଗୁଥିଲା

ପ୍ରଥମ ପ୍ରେମରେ ଦାଦା ଡାକିଥିଲି ସେହି ଡାକ ରହିଗଲା


ପ୍ରେମ ଯେ ଶାଶ୍ବତ ପ୍ରେମ ଚିରନ୍ତନ ଅଙ୍ଗେ ମୁଁ ଲିଭାଇଥିଲି

ମୋ ଜୀବନର ନିରାଟ ସତ୍ୟକୁ ବଖାଣି ଆଜି ମୁଁ ଦେଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract