STORYMIRROR

Ranjan Kumar Brahma

Inspirational

3  

Ranjan Kumar Brahma

Inspirational

ରଜଗୀତ

ରଜଗୀତ

1 min
27

ଆକାଶେ ଦିଶିଲା ମେଘ

ଯୁବା ଛାତି ତାତି ଥଣ୍ଡା ହୋଇବ 

ଥଣ୍ଡା ହୋଇବ ଯେ , ଜଗତ ଖୁସି ହୋଇବ ।

ବଉଳ ଲୋ

ଜଗତ ଖୁସି ହୋଇବ ।୧।


ଆଷାଢ଼ ପ୍ରଥମ ବର୍ଷା 

ଶାମୁକା ଦିହରେ ମିଳେ ମୁକୁତା 

ମିଳେ ମୁକୁତା ସେ , ଚଂଚଳା ହୋଇବେ ସଜ୍ଜା ,

ବଉଳ ଲୋ

ଚଞ୍ଚଳା ହୋଇବେ ସଜ୍ଜ ।୨।


ସଜ୍ଜ କର ରଜ ଦୋଳି

ଆସ ସାଙ୍ଗସାଥି ହୋଇବା ମେଳି

ହୋଇବା ମେଳି ଲୋ, ଚଳିବା ନିୟମ ପାଳି

ବଉଳ ଲୋ

ଚଳିବା ନିୟମ ପାଳି ।୩।


ଅଳତାର ରଙ୍ଗ ନାଲି

ଲଗା ଲୋ ବଉଳ ପାଦରେ ବୋଳି

ପାଦରେ ବୋଳି ଯେ, ଦିଶିବୁ ସୁଂଦରଖାଲି,

ବଉଳ ଲୋ

ଦିଶିବୁ ସୁଂଦରଖାଲି ।୪।


ସଜ୍ଜ ହେଲା ପଶାପଲି 

ରଜପାନ ସଙ୍ଗେ ପିଠାରଥାଳି

ପିଠାର ଥାଳିରେ ଲାଗିଲା ମାଛି ଗହଳି 

ବଉଳ ଲୋ

ଲାଗିଲା ମାଛି ଗହଳି ।୫।


ଗାଁ ତୋଟା ରଜଦୋଳି

ଥଟ୍ଟା ମଉଜରେ ବାଳାଙ୍କ ମେଳି

ବାଳାଙ୍କମେଳିରେ ଯୁବକ ଖାଆନ୍ତି ଗାଳି 

ବଉଳ ଲୋ

ଯୁବକ ଖାଆନ୍ତି ଗାଳି ।୬।


ପୁରିବ ଫସଲେ ଧରା

ମହାମାରୀ ଏବେ ମରିବ ପରା 

ମରିବ ପରା ଯେ, ଦେଲାଣି ଜଗା ଇସାରା

ବଉଳ ଲୋ

ଦେଲାଣି ଜାଗା ଇସାରା ।୭।


ସମୟର ଅଛି ମୂଲ

ତା ସାଥିରେ ଆମେ ହେବାନି ଗେଲ

ହେବାନି ଗେଲ ଲୋ ,ସମୟର ସାଥେ ଚାଲ, 

ବଉଳ ଲୋ

ସମୟର ସାଥେ ଚାଲ ।୮।


Rate this content
Log in

Similar oriya poem from Inspirational