STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

ବାପା

ବାପା

1 min
39


ପାହାଡ଼ ଭଳି

ବୋଝ ଉଠେଇବାର

କ୍ଷମତା ଯାହାଙ୍କର ଥାଏ

ସେ ହେଉଛନ୍ତି

ବାପା!!


ନିଜେ ଦୁଃଖରେ ରହି

ନିତି ଯିଏ

ସୁଖ ବାଣ୍ଟି ଚାଲି ଥାଆନ୍ତି

ସେ ହେଉଛନ୍ତି

ବାପା!!


ଛୋଟବେଳେ

ଛାତିରେ ଚାପି ଧରି

ଶରୀର ଅସୁସ୍ଥ ହେଲେ

ଯିଏ ଡାକ୍ତରଙ୍କ ପାଖକୁ ନିଅନ୍ତି

ସେ ହେଉଛି

ବାପା!!


ଯିଏ ହାତ ଧରି

ବାଟ ଚାଲିବା ଶିଖାନ୍ତି

ଝୁଣ୍ଟି ପଡ଼ି ଗଲେ ପୁଣି

କୋଳେଇ ନିଅନ୍ତି

ସେ ହେଉଛନ୍ତି

ବାପା!!


ଯିଏ ଦୁଷ୍ଟାମୀ ଦେଖିଲେ

ଲାଲି ଆଖି ଦେଖାଇ

ତାଗିଦ କରନ୍ତି

ପୁଣି କେତେ କଥା କହି

ବୁଝାଇ ଦିଅନ୍ତି

ସେ ହେଉଛନ୍ତି

ବାପା!!


ଯିଏ ନିଜେ ନ ଖାଇ

ପିଲାର ଭବିଷ୍ୟତ କଥା

ଭାବି ତା ସୁଖ ସ୍ୱପ୍ନ ପାଇଁ

କାଣି କଉଡ଼ିଟିଏ ବି

ସଞ୍ଚୟ କରି ରଖି ଥାଆନ୍ତି

ସେ ହେଉଛନ୍ତି

ବାପା!!


ଯିଏ ଜୀବନର

ଶେଷ ଦୋଷାରେ

ଛାଡି ଗଲା ପରେ ବି

ବେଶି ବେଶି

ମନେ ପଡ଼ନ୍ତି

ସେ ହେଉଛନ୍ତି

ବାପା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational