STORYMIRROR

Jnana ranjan Pattanaik

Inspirational Others

3  

Jnana ranjan Pattanaik

Inspirational Others

ବାପା

ବାପା

1 min
62


ଶୀତ ସକାଳେ ମୁଁ ଯେବେ ଗଲି ଚିଁ

ଥରି ଥରି ଚାଲିଗଲି ଧାଇଁ

ତୁମେ ପରା ମୋତେ କୋଳେଇ ନେଲ

ସ୍ନେହ ଶ୍ରଦ୍ଧା ମନେ ଭରିଦେଲ।

ଯେବେ ମୁଁ ତଳେ ଗଲି ପଡି

ଠିଆ କରି ମୋତେ ଦେଲ ଝାଡିଝୁଡି

କେମିତି ଭୁଲିବି ସେ ମହାନତା

ଏବେ ଭାବିଦେଲେ ମନେ ଦିଏ ବ୍ୟଥା।

ଅନ୍ଧାରେ ଯେବେ ପଥ ଯାଏ ଭୁଲି

ଆଲୋଅ ଦେଖାଇ ପରା

ବିନା କଷ୍ଟେ ତମେ

ଆଗେ ବଢ଼ି ଆସ ଚାଲି।

ଖରାପ ବାଟେ ଯେବେଯାଏ ମାଡ଼ି

କରିଦେଲ ସାବଡ

ହାତେ ଧରି ବାଡ଼ି

ମୋ ଜୀବନ ତମେ ଦେଲ ପରା ଗଢି।

ତୁମେ ପରା ମୋ ଦେବତା

ତୁମେ ପରା ଗୁରୁ ମାତା ପିତା

କହିଲେ ନସରେ ତୁମରି କଥା

ତୁମେ ପରା ମୋରି ବାପା।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational