STORYMIRROR

Jnana ranjan Pattanaik

Drama

3  

Jnana ranjan Pattanaik

Drama

ଅଧାରୁ ସୁନ୍ଦର

ଅଧାରୁ ସୁନ୍ଦର

1 min
32

ଅନ୍ଧାରେ ଦିନେ ମୁଁ ଭାବୁଥିଲି ବସି

ହେଲେ ମନ ମୋର ବୁଝୁନଥିଲା

କାହାର ସେ ସ୍ମୃତି ମନେ ଉଠୁଥିଲା

ହୃଦୟ ଆଇନା ଦେଖିପାରିଲା।


ଯେବେ ମୁଁ ଦେଖିଲି ଉପରକୁ ଚାହିଁ

ଅଧା ଜହ୍ନ କିଛି ତ କହୁଥିଲା

ହେଲେ ଅଧାବୋଲି ଦେଖିନପାରିଲି

କଳା ବାଦଲ ଘୋଟିଆସିଲା।


ଯେବେ ତୁଳି ଧରି 

ଆଙ୍କିଲି ସେ ଚିତ୍ର

ଅଧାରେ ସୁନ୍ଦର ଦିଶିଲା

ହେଲେ ଏ କି ଭାଗ୍ୟ ମୋର

ଅଧାରେ ତୂଳୀ ମୋର ଭାଙ୍ଗିଗଲା।


ଆରମ୍ଭ ମୁଁ କଲି କବିତା ଯେବେ

ଅଧା ଲେଖା ମୃଦୁ ଭାଷିଲା

ଦୁଆତ ରୁ ମୋର କାଳି ସରିଗଲା

ସେ କବିତା ପୁରା ନହେଲା।


ଶୋଇକି ଯେବେ ସ୍ବପ୍ନ ଦେଖୁଥିଲି

ସ୍ଵପ୍ନରେ ଅଧା ଦେଖିଦେଲି

ଝାପସା ଝାପସା ସେ ଦିଶୁଥିଲା

ପୁରା ମୁଁ ଦେଖିଲାବେଳକୁ

ଅଧା ସ୍ବପ୍ନ ମୋର ଭାଙ୍ଗିଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama