STORYMIRROR

Jnana ranjan Pattanaik

Romance

3  

Jnana ranjan Pattanaik

Romance

ପ୍ରିୟତମା

ପ୍ରିୟତମା

1 min
37

ସୁନ୍ଦର ନୟନା ସୁମଧୁର ବାଣୀ

ଦେଖିତୁମ ରାଜକୀୟ ଅଙ୍କାବଙ୍କା ଠାଣି

ସେ ନୀଳ ନୟନ ସମୁଦ୍ରେ,

ଗଲି ଆଜି ହଜି,

ବୋଲି ତା ଗାରୀମା

ସଜେଇଲି ତୁମକୁ , ମୋ ପ୍ରିୟତମା।

ଶବ୍ଦର ଏକଏକ ଅଳଙ୍କାର

ଖଞ୍ଜି ସେ କବିତା ପୃଷ୍ଠା ରେ

ସଜେଇଲି କଁଅଳ ଯୌବନ ତୁମ

ପ୍ରତିଟି ସ୍ୱର୍ଣ୍ଣଭରା ପଂକ୍ତି ରେ।

ଶିଥିଳ ହାତ ତୁମ,ଅପରିଣତ ବୟସେ

ଯୋଗେଶ୍ଚନ୍ଦ୍ର ଲାଗଇ ସୁନ୍ଦର

  ଯେମିତି ହୋଇଛିକି କାମଦାନି।

ଚନ୍ଦ୍ରର ଚନ୍ଦ୍ରିକା ବୋଧେ,

   ହୋଇଯିବ ଫିକା

ଦେଖିତୁମ ଉଜ୍ଜ୍ଵଳ ରୂପ

  ମୋର ସ୍ୱପ୍ନର ନାୟିକା। 

ସବୁ ଗଳ୍ପ କବିତାରେ ତୁମେ

ପକେଇଦେଇ ଯାଓ ଶେଷ ସୀମା

ତୁମରି ପାଖେ ମୋ ଯବନିକା କି !

ମୋର ପ୍ରିୟତମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance