STORYMIRROR

Jnana ranjan Pattanaik

Abstract

3  

Jnana ranjan Pattanaik

Abstract

ମୁଁ ଭାବିଥିଲି

ମୁଁ ଭାବିଥିଲି

1 min
69

ପ୍ରଶ୍ନ ଯେବେ ମନେ ଉଙ୍କି ମାରେ

ହେଲେ ଉତ୍ତର ମିଲେନା

ଖୋଜୁଥାଏ ଗୋଟେ ମଣିଷ

ମନ ଖୋଜି ଯେ ପାଏନା।

ଜହ୍ନ ଫେରିବାର ଥିଲା ଫେରିଲାନି

ସ୍ବପ୍ନ ଆସିବାର ଥିଲା ଆସିଲାନି

ହେଲେ ସେଇ ଆଖି ଦେଖୁଥିଲା

ମଣିଷର କରାଳ ରୂପର ଜ୍ଵାଳା।

ଜନ୍ମ ଯେବେ ହେଇ ଭାବୁଥିଲି

ଦେଖିବି ଦୁନିଆ ବୁଲିବି ଗଳି

ହେଲେ ପିଲା ଦିନେ ବୁଝି ମୁଁ ନଥିଲି

ଦୁନିଆ ମତେ ଭୁଲିଯିବ ବୋଲି।

ଦେଖିଥିଲି କେତେ କୀର୍ତ୍ତିମାନ

କେତେ ଯେ ମାନ ଅଭିମାନ

ସାଇତିଲି ସ୍ମୃତିପଟେ ମୋର

ଆଜି ସେଇ ସ୍ମୃତିପଟେ କିଏ ଟାଣିନେଲା ଗାର।

କାଲି ଯେବେ ଭାବିଥିଲି

ଗଢିବି ସଂସାର କରିବି ମୁଁ ଘର

ହେଲେ ଦୁନିଆ ଥିଲା ପ୍ରଦର୍ଶନୀ

ମୁଁ ତାର ଥିଲି ପ୍ରଦର୍ଶକ।

ହୁଏ ମତେ କାଲି ଖୋଜି ପାର

ଭରସା ନାହିଁ ଏ ସମୟର

ନା ଥିବ ମୋ ଉପରେ ତମ ଜୋର

ଖାଲି ଥିବ ସ୍ମୃତି ସେ ସମୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract