STORYMIRROR

Jnana ranjan Pattanaik

Fantasy

4  

Jnana ranjan Pattanaik

Fantasy

ତୋ ନନ୍ଦିଘୋଷ

ତୋ ନନ୍ଦିଘୋଷ

1 min
93

ଆରେ ମୋର ତୁହି କଳାଗୋସାଇଁ

ରଥକୁ ତୋର ରହିଚି ଚାହିଁ

ବଡ଼ଦାଣ୍ଡେ ତୁ ଆସିବୁ ଧାଇଁ

ତୋ ଆଗେ ମୁଁ ଯିବିରେ ନଇଁ।

ଦେଖିବାକୁ ତୋର ଚନ୍ଦ୍ରବଦନ

କୋ କାଳୁ ମୁଁ ଯେ କରିଛି ମନ

କାହିଁକି ବୁଝୁନୁ ରେ ସୁନା ଧନ

ତୋ ପାଖେ ହୋଇଛି ଯେ ଲୀନ।

ବୁଝିପାରୁନି ମୁଁ ତୋରି ଲୀଳା

କାହିଁକି କରୁଚୁ ଏ ଲୀଳା ଖେଳା

ତୋ ପାଇଁ ରଖିଚି ଭୋଗ ସାଇତି

କାଇଁ ଦେଖାଉ ଏତେ ଯେ ନୀତି।

ମୁଁ ତୁଚ୍ଛ ଏକ ମାଟି ମଣିଷ

ଦେଖିବା ଲାଗି ତୋ ଦଶ ବେଶ

ଆଜି ଗଡ଼େଇଦେ ସେ ନନ୍ଦିଘୋଷ

ନହେଲେ କରିବି ଜୀବନ ଶେଷ।

କେବେ ଦୌଡ଼ିବେ ଶଙ୍ଖ ବାଳହକ

ଚାହିଁ ବସିଛନ୍ତି ପୃଥିବୀ ଯାକ

ହେ ଜଗନ୍ନାଥ ହେ ପିତାମ୍ବର

ବେଗେ ନନ୍ଦିଘୋଷ କର ତତ୍ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy