ତୋ ନନ୍ଦିଘୋଷ
ତୋ ନନ୍ଦିଘୋଷ
ଆରେ ମୋର ତୁହି କଳାଗୋସାଇଁ
ରଥକୁ ତୋର ରହିଚି ଚାହିଁ
ବଡ଼ଦାଣ୍ଡେ ତୁ ଆସିବୁ ଧାଇଁ
ତୋ ଆଗେ ମୁଁ ଯିବିରେ ନଇଁ।
ଦେଖିବାକୁ ତୋର ଚନ୍ଦ୍ରବଦନ
କୋ କାଳୁ ମୁଁ ଯେ କରିଛି ମନ
କାହିଁକି ବୁଝୁନୁ ରେ ସୁନା ଧନ
ତୋ ପାଖେ ହୋଇଛି ଯେ ଲୀନ।
ବୁଝିପାରୁନି ମୁଁ ତୋରି ଲୀଳା
କାହିଁକି କରୁଚୁ ଏ ଲୀଳା ଖେଳା
ତୋ ପାଇଁ ରଖିଚି ଭୋଗ ସାଇତି
କାଇଁ ଦେଖାଉ ଏତେ ଯେ ନୀତି।
ମୁଁ ତୁଚ୍ଛ ଏକ ମାଟି ମଣିଷ
ଦେଖିବା ଲାଗି ତୋ ଦଶ ବେଶ
ଆଜି ଗଡ଼େଇଦେ ସେ ନନ୍ଦିଘୋଷ
ନହେଲେ କରିବି ଜୀବନ ଶେଷ।
କେବେ ଦୌଡ଼ିବେ ଶଙ୍ଖ ବାଳହକ
ଚାହିଁ ବସିଛନ୍ତି ପୃଥିବୀ ଯାକ
ହେ ଜଗନ୍ନାଥ ହେ ପିତାମ୍ବର
ବେଗେ ନନ୍ଦିଘୋଷ କର ତତ୍ପର।